Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜିଠୁ ବିଧାନସଭା ଶୀତ ଅଧିବେଶନ, ଅତିରିକ୍ତ ବଜେଟ ଆଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ୩୦ଟି କାର୍ଯ୍ୟ ଦିବସ ଥିବା ବେଳେ ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ସରକାରଙ୍କ ଦ୍ୱିତୀୟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ତୟାର ବିରୋଧୀ ।

ଆମ୍ବଟାକୁଆ ମୃତ୍ୟୁ, ଧାନକିଣା ଅବ୍ୟବସ୍ଥା, ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା, ଆଦାନୀ ଓ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇ ସରକାରକୁ ହରଡଘଣାରେ ପକାଇବାକୁ ଯୋଜନା କରିଛନ୍ତି ବିଜେଡି ଓ କଂଗ୍ରେସ ।

ଅନ୍ୟପଟେ ବିରୋଧୀଙ୍କ ପ୍ରସଙ୍ଗକୁ କାଉଣ୍ଟର କରିବାକୁ ବିଜେପି ବି ପ୍ରସ୍ତୁତ । ଗୃହରେ ରାଜ୍ୟ ସରକାରଙ୍କ ୫ ମାସର ଉପଲବ୍ଧି, ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ତାଲିକା ରଖିବାକୁ ସ୍ଥିର କରିଛି ବିଜେପି । ଏହାସହ ବିଗତ ୨୪ ବର୍ଷ ଧରି ବିଜେଡି ସରକାର ସମୟରେ ହୋଇଥିବା ଦୁର୍ନୀତି ଓ କଳାକାରନାମାର ତାଲିକା ବି ଖୋଲି କାଉଣ୍ଟର କରିବାକୁ ଦଳ ଯୋଜନା କରିଛି  ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହେବ ।