Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ସମ୍ବଲପୁର: ଆଜି ମା ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠାନର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅଧ୍ୟାପକ ରବିଶଙ୍କର ହୋତା,ଅଧ୍ୟାପିକା ମିନତି ଦାଶ,ଅଧ୍ୟାପକ ଗୁରୁପ୍ରସାଦ ପାଣି ଯୋଗଦେଇ ସମ୍ବିଧାନର ବିଭିନ୍ନ ଦିଗ ଓ ଉଦ୍ଦେଶ୍ଯ ଆଦି ବିଷୟରେ ଆଲୋଚନା କରିଥିଲେ।ସଭାରେ ସମସ୍ତ ଛାତ୍ରଛାତ୍ରୀ ସମବେତ ହୋଇ ଭାରତୀୟ ସଂମ୍ବିଧାନର ପ୍ରସ୍ଥାବନାକୁ ପାଠ କରିଥିଲେ। ଅନୁଷ୍ଠାନର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ। ସୁଶ୍ରିତ ଷଢଙ୍ଗୀ,ଚୈତନ୍ଯ ସେନାପତି,ଜୀବର୍ଦ୍ଧନ ସେଠ ପ୍ରମୁଖ କର୍ମଚାରୀ ସଭରେ ସହଯୋଗ କରିଥିଲେ।