Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁଅ ସହ ମିଶି ପୁତୁରାକୁ ହାଣି ଦେଲା ଦାଦା

ଗଞ୍ଜାମ: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ପୁଅ ସହ ମିଶି ପୁତୁରାକୁ ହାଣି ହତ୍ୟା କଲା ଦାଦା । ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରୋହିଗାଁ ବଡ଼ ସାହିରେ । ମୃତକ ହେଲେ ମଧୁସୁଦନ ଜେନା । ତାଙ୍କ ଦାଦା ପ୍ରସନ୍ନ ଜେନା ଏବଂ ତାଙ୍କ ପୁଅ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । 

ଗତ ରାତିରେ କୌଣସି କଥାକୁ ନେଇ ମଧୁସୁଦନ ଓ ପ୍ରସନ୍ନଙ୍କ ମଧ୍ୟରେ ବଚସା ହୋଇଥିଲା ।  ଏହା ଉଗ୍ରରୂପ ନେଇଥିଲା । ଉତ୍ତ୍ୟକ୍ତ ହୋଇ ପ୍ରସନ୍ନ ଓ ତାଙ୍କ ପୁଅ ଏକ ଧାରୁଆ ଅସ୍ତ୍ରରେ ମଧୁସୁଦନଙ୍କୁ ହାଣି ଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ହତ୍ୟା ମମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଜମିବାଡିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।