Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପହୃତ ନାବାଳିକାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୁଲିସ

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଲୁତୁରପଙ୍କ ଅଞ୍ଚଳର ଜଣେ ହରିଜନ ନାବାଳିକା (୧୭) ନିଖୋଜ ହୋଇଥିବା ନେଇ ଥାନାରେ ପରିବାର ତରଫରୁ ଅଭିଯୋଗ ହୋଇଥିଲା।ଏନେଇ ସୁବଳୟା ପୁଲିସ ତତ୍ପରତା ପ୍ରକାଶ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଥିବାବେଳେ ରବିବାର ପୁଲିସ କୌଣସି ସୁତ୍ରରୁ ଖବର ପାଇ କଣ୍ଟାମାଲ ଥାନା ଅଞ୍ଚଳର ଖଟଖଟିଆ ବସଷ୍ଟାଣ୍ଡ ରୁ ଝିଅଟିକୁ ଉଦ୍ଧାର କରିଥିଲା।ଝିଅ ନିଖୋଜ ଥିବା ନେଇ ସୁବଳୟା ଥାନା ରେ ଝିଅର ବାପାଙ୍କ ଅଭିଯୋଗକ୍ରମେ ଗତ ୨୭/୪/୨୩ ରେ କେସ୍ ନଂ ୬୩/୨୩ ଏକ ମାମଲା ରୁଜୁ କରି ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା। କେହି ଅପହରଣ କରିଥିବା ପୁଲିସ ଅନୁମାନ କରୁଥିଲା lଜଣେ ଯୁବକ ଉକ୍ତ ନାବାଳିକା କୁ ଧରି ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଖଟଖଟିଆ ବସ ଷ୍ଟାଣ୍ଡରେ ଅପେକ୍ଷା କରିଥିବା ଖବର ପାଇ ଚଢାଉ କରି ଯୁବକ ଜଣକ ଦୌଡି ପଳାଇ ବାକୁ ଉଦ୍ୟମ କରୁଥିବା ସମୟରେ ନାବାଳିକା କୁ ପୁଲିସ ଉଦ୍ଧାର କରିଛି ।ରବିବାର ନାବାଳିକାକୁ ତାଙ୍କ ପରିବାର କୁ ହସ୍ତାନ୍ତର କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ