Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜଧାନୀ ରାଜରାସ୍ତାରୁ ନବଜାତ ଶିଶୁକନ୍ୟ ଉଦ୍ଧାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ରାସ୍ତା କଡ଼ରୁ ଏକ ୨୧ ଦିନର ଶିଶୁକନ୍ୟା ଉଦ୍ଧାର କରାଯାଇଛି । କେହି ପିଲାଟିକୁ ରାସ୍ତା କଡ଼ରେ ଫିଙ୍ଗି ଚାଲିଯାଇଥିବା ସନ୍ଦେହ କରାଯାଉଛି । ଏକ ନମ୍ବର ଆରଟିଓ ନିକଟ ରାସ୍ତାକଡ଼ରୁ ଶିଶୁକନ୍ୟା ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ସକାଳେ ଆରଟିଓ ନିକଟ ବସ୍ତି ପାଖରେ ଶିଶୁ କନ୍ୟାକୁ କେହି ଛାଡ଼ି ଚାଲିଯାଇଥିଲା । ଲୋକେ ରାସ୍ତା ଉପରେ ଶିଶୁଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ଶିଶୁକନ୍ୟାଟି କାହାର, କିଏ ଓ କାହିଁକି ଛାଡ଼ି ଚାଲିଯାଇଛି ସେନେଇ କୌଣସି ସୂଚନା ମିଳିପାରିନି ।