Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଜିପି ସମ୍ମିଳନୀରେ ପାଟପୁର ଥାନା ପୁରସ୍କୃତ

ଭୁବନେଶ୍ବର: ରାଜଧାନୀ ବୁଭନେଶ୍ବରରେ ଚାଲିଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ଦେଶର ଦ୍ବିତୀୟ ଶ୍ରେଷ୍ଠ ଥାନା ଗଞ୍ଜାମ ଜିଲ୍ଲାର ପାଟପୁର ପୋଲିସ ଷ୍ଟେସନ ପୁରସ୍କୃତ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ।

ଡିଜିପି ୱାଇ.ବି. ଖୁରାନିଆ କହିଛନ୍ତି, ଏହା ଓଡ଼ିଶା ପୋଲିସ ପାଇଁ ଗର୍ବ ଓ ସମ୍ମାନର କଥା । ସେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ସମେତ ରାଜ୍ୟ ତଥା ଜିଲ୍ଲା ପୋଲିସର ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରତିବର୍ଷ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶର ସବୁ ଥାନା ମଧ୍ୟରୁ ଶ୍ରେଷ୍ଠ ଥାନା ଚୟନ କରନ୍ତି । ଅପରାଧ ହାର, ତଦନ୍ତ, ମାମଲାର ସମାଧାନ, ସିସିଟିଏନ୍ଏସ୍ ବ୍ୟବହାର, ଏନଫୋର୍ସମେଣ୍ଟ, ପୁନରୁଦ୍ଧାର ସମ୍ପତ୍ତିର ମୂଲ୍ୟ, ଦୋଷୀ ସାବ୍ୟସ୍ତ ହାର, ଦଣ୍ଡବିଧାନ, ଥାନାଗୁଡିକର ଆନୁସଙ୍ଗିକ ଭିତ୍ତିଭୂମି ଏବଂ ସାଧାରଣ ଜନତାଙ୍କୁ ଉନ୍ନତ ତଥା ଗୁଣାତ୍ମକ ସେବା ପ୍ରଦାନ ଭଳି ବିଭିନ୍ନ ମାନଦଣ୍ଡକୁ ଆଧାର କରି ଶ୍ରେଷ୍ଠ  ଥାନା ଚୟନ କରାଯାଇଥାଏ । ଏହି ସମସ୍ତ ମାନଦଣ୍ଡରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନାର ଉଲ୍ଲେଖନୀୟ ପ୍ରଦର୍ଶନ ରହିଥିଲା । ଏହାକୁ ଭିତ୍ତିକରି ପାଟପୁର ଥାନା ଦ୍ଵିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ