ଆଜି ଡିଜିପି ସମ୍ମିଳନୀର ଶେଷ ଦିନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଲିଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀର ଆଜି ଶେଷ ଦିନ । ଶେଷ ଦିନରେ ସାଇବର ଅପରାଧଠୁ ଆରମ୍ଭ କରି ତଟ ସୁରକ୍ଷା ଓ ନକ୍ସଲ ମୁକାବିଲା ନେଇ ପ୍ରସ୍ତୁତ ହୋଇପାରେ ରୋଡମ୍ୟାପ୍ । ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ବିଭିନ୍ନ ରାଜ୍ୟର ଡିଜିପି ଓ ଆଇଜିମାନଙ୍କ ସହ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଗତକାଲି ସମ୍ମିଳନୀର ଦ୍ୱିତୀୟ ଦିବସରେ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ସୁରକ୍ଷା ଓ ପୋଲିସ ପ୍ରସଙ୍ଗରେ ଗଠନମୂଳକ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଗତ ୨ଦିନ ଧରି ଆଭ୍ୟନ୍ତରୀଣ ସୁରକ୍ଷା ସହ ଆତଙ୍କବାଦ ଓ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇଛି ।