Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଅବୋହୂ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ବାପା

ବାରଙ୍ଗ: ଉଗ୍ର ରୂପ ନେଲା ପାରିବାରିକ କଳହ । ପୁଅବୋହୂ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ବୃଦ୍ଧ ବାପା । ନିଜ ଭିତରେ ଥିବା କ୍ରୋଧକୁ ସମ୍ଭାଳି ନପାରି ବୃଦ୍ଧ ଜଣକ ନିଜ ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳି ଦେଇଥିବା ଅଭିଯୋଗ ହୋଇଛି ।

ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡିସାହି ବାରସିଂଗା ଗାଁରେ ଘଟିଛି । ଅଭିଯୁକ୍ତ ବୃଦ୍ଧ ଗୋବର୍ଦ୍ଧନ ରାଉତଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ଗୋବର୍ଦ୍ଧନଙ୍କ ପୁଅବୋହୂ ହେଲେ ଦୀନବନ୍ଧୁ ରାଉତ ଓ ତାଙ୍କ ପତ୍ନୀ । ଉଭୟଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ କ’ଣ ପାଇଁ ବୃଦ୍ଧ ଜଣକ ଏପରି ଭୟଙ୍କର କାଣ୍ଡ ଘଟାଇଲେ ସେ ନେଇ କିଛି ଜଣାପଡ଼ିନି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ