Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶସ୍ତା ହେଲା କମିର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆଶ୍ବସ୍ତି। ଶସ୍ତା ହେଲା କମିର୍ସିଆଲ୍‌ ସିଲିଣ୍ଡର ଦର । କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ୧୭୧ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ଆଜିଠୁ ଲାଗୁ ହେବ ନୂଆ ଦର।

ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଦର ୧୮୫୬ ଟଙ୍କା ୫୦ ପଇସା ହୋଇଛି । ସେହିପରି କୋଲକାତାରେ କମର୍ସିଆଲ ଏଲ୍ପିଜି ସିଲିଣ୍ଡରର ନୂଆ ମୂଲ୍ୟ ୧୯୬୦ ଟଙ୍କା ୫୦ ପଇସା ରହିଥିବା ବେଳେ ମୁମ୍ବାଇରେ ୧୮୦୮.୫୦ ଟଙ୍କା, ଚେନ୍ନାଇରେ ୨୦୨୧.୫୦ ଟଙ୍କା ମୂଲ୍ୟ ରହିଛି ।

ହେଲେ ଘରୋଇ ଗ୍ୟାସ୍ ସିଲିଣ୍ଡରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ପୂର୍ବରୁ ଏପ୍ରିଲ ପହିଲାରେ ମଧ୍ୟ କମର୍ସିଆଲ ଗ୍ୟାସ୍ ଦର ୯୧ ଟଙ୍କା ୫୦ ପଇସା ହ୍ରାସ ପାଇଥିଲା ।