ଉଲୁଣ୍ଡାରେ ଆମ ପୁଲିସ କାର୍ଯ୍ୟକ୍ରମ
        ବୀର ମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନାରେ ଆମ ପୁଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଥାନା ଅଧିକାରୀ ଅନିତା କିଡୋଙ୍କ ଅଧ୍ୟକ୍ଷତାକ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚମହଲା ସରପଞ୍ଚ ଅଶୋକ ପଣ୍ଡା, ଚଡେଇପଙ୍କ ସରପଞ୍ଚ ଦେବଦତ୍ତ ପରଡିଆ, କ୍ଷେମାଲୋଏ ସରପଞ୍ଚ ଯଶୋବନ୍ତ ପଣ୍ଡା, ସିଂଢୋଲ ସରପଞ୍ଚ ପ୍ରଦୀପ ଦେହୁରୀ, ନରେନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ବହୁ ସଭ୍ୟ ଅଂଶ ଗ୍ରହଣ କରିଥିଲେ l ସମ୍ବଲପୁର -ସୋନପୁର ମୁଖ୍ୟ ରାସ୍ତାର ଗଣ୍ଡାବାହାଲଠାରେ ଏକ ସ୍ପିଡ଼ବ୍ରେକର ସହିତ ଗୌଡ଼ଗାଁ ରାସ୍ତାରେ ପୁଲିସ ପେଟ୍ରୋଲିଙ୍ଗ ପାଇଁ ଉପସ୍ଥିତ ସଭ୍ୟ ପରାମର୍ଶ ଦେଇଥିଲେ l

                        