Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନରୁ ପରିଚାଳିତ ୧୪ ଆପ୍‌ ବ୍ୟାନ୍‌ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପାକିସ୍ତାନରୁ ପରିଚାଳିତ ୧୪ଟି ମେସେଞ୍ଜର ଆପ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି। Bchat ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଇଣ୍ଟେଲିଜେନ୍ସ ବ୍ୟୁରୋରୁ ପ୍ରାପ୍ତ ଇନପୁଟ ଆଧାରରେ କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି।

ଭାରତ ସରକାର କହିଛନ୍ତି ଯେ ଏହି ଆପଗୁଡ଼ିକ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି, ଯାହା ପରେ ସେମାନଙ୍କୁ ବାରଣ କରାଯାଇଛି। ଏହାପୂର୍ବରୁ ଭାରତ ପାକିସ୍ତାନରୁ ଚାଲୁଥିବା ଅନେକ ସୋସିଆଲ ମିଡିଆ ଆକାଉଣ୍ଟକ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ସୂଚନାନୁସାରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଚାଲ୍‌କୁ ଭଣ୍ଡୁର କରିବା ପାଇଁ ପ୍ରମୁଖ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଜମ୍ମୁ କାଶ୍ମୀରର ସକ୍ରିୟ ଆତଙ୍କବାଦୀମାନେ ଏହି ଆପ୍ ମାଧ୍ୟମରେ ପାକିସ୍ତାନରେ ଥିବା ସହଯୋଗୀଙ୍କ ଯୋଗାଯୋଗ କରିବାରେ ସଫଳ ହେଉଥିଲେ।

ନିଷିଦ୍ଧ ହୋଇଥିବା ପାକିସ୍ତାନୀ ଆପ୍ସ ମଧ୍ୟରେ କ୍ରାଇପ୍‌ଭାଇଜର,ଇନଗ୍‌ମା,ସେଫ୍‌ସ୍ୱିସ୍, ୱିକରମି, ମିଡିଆଫାୟାର, ବ୍ରିୟର୍, ବିଚାଟ,ନନ୍ଦବକ୍ସ, କନିଅନ, ଆଇଏମ୍‌ଓ, ଏଲିମେଣ୍ଟ,ସେକେଣ୍ଡ ଲାଇନ୍, ଜଙ୍ଗି, ଓ ଥ୍ରୀମ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ