Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶ୍ରୀସେତୁ ତଳୁ ଦହିବରା ବିକାଳିଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ବିଶ୍ୱେଶ୍ୱରୀ ମନ୍ଦିର ନରେନ୍ଦ୍ର କୋଣ ଶ୍ରୀସେତୁ ତଳୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ପୁରୀ ଖଣ୍ଡିଆ ବନ୍ଧର ସୁଦର୍ଶନ ସାହୁ । ସୁଦର୍ଶନ ମାର୍କେଟ ଛକ ନିକଟରେ ଦହିବରା ବିକ୍ରି କରନ୍ତି ।

ଗତକାଲି ରାତିରେ ଦୋକାନ ବନ୍ଦ କରି ସୁଦର୍ଶନ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ । ଆଜି ସକାଳେ ସୁଦର୍ଶନଙ୍କ ମୃତଦେହ ଶ୍ରୀସେତୁ ତଳେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଏହାସହ ସୁଦର୍ଶନଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ସୁଦର୍ଶନଙ୍କୁ କିଏ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୁଦର୍ଶନଙ୍କୁ ଦୁର୍ବୃତ୍ତମାନେ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।