Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁକୁଡ଼ାକୁ ମୋହରା ବନାଇ ଘରେ ପଶିଲେ, ୪ ଜଣଙ୍କୁ ଆକ୍ରମଣ କରି ଲୁଟିଲେ

ଭଦ୍ରକ: ଘରେ ପଶି ଡକାୟତି କରିବାକୁ କୁକୁଡ଼ା ମୋହରା । ଲୁଟର ଶିକାର ପରିବାରକୁ vକମା ଦେଖାଇ କଳାକନା ବୁଲାଇଲେ ଡକାୟତ । ଚତୁରତାର ସହ ଭାଡ଼ିରୁ କୁକୁଡ଼ାକୁ ଖୋଲି ଦେଲେ । କୁକୁଡାଙ୍କ ଶବ୍ଦ ଶୁଣି ପରିବାର ଲୋକେ ଉଠି ବାହାରକୁ ଆସିବାରୁ ଘରେ ପଶି କଳାକନା ବୁଲାଇ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ । ଘର ମାଲିକ ମାଧବ ସେଠୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ୬ ଜଣ ଡକାୟତ ମୁହଁରେ କଳାକପଡ଼ା ବାନ୍ଧି ଆସି ମାଧବ ସେଠୀଙ୍କ ଘରେ ପଶିବାକୁ ଯୋଜନା କରିଥିଲେ । ଏଥିପାଇଁ ସେମାନେ କୁକୁଡ଼ାକୁ କରିଥିଲେ ମୋହରା । ଘର ସମ୍ମୁଖରେ ଥିବା କୁକୁଡ଼ା ଭାଡ଼ିରୁ କୁକୁଡା ଗୁଡ଼ିକୁ ଖୋଲି ଦେଇଥିଲେ । କୁକୁଡ଼ାମାନେ ରାତିରେ ବାହାରକୁ ଆସି ଜୋରରେ ଶବ୍ଦ କରିଥିଲେ ।

ଶବ୍ଦ ଶୁଣି ପରିବାର ଲୋକେ ବାହାରକୁ ଆସିଯାଇଥିଲେ । ଏହି ସମୟରେ ୬ ଜଣ ଡକାୟତ ଘର ଭିତରକୁ ପଶି ଯାଇଥିଲେ । ପରିବାର ଲୋକେ ସେମାନଙ୍କୁ ବାଧା ଦେବାରୁ ୪ ଜଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ଘରୁ ସୁନାଗହଣା ଓ ଟଙ୍କା ପଇସା ନେଇ ଚମ୍ପଟ ମାରିଥିଲେ । ପରିବାରର ୩ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ମାଧବଙ୍କ ଘରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି ।