Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୂର୍ବ ଶତ୍ରୁତାରୁ ଆକ୍ରମଣ, ଜଣେ ମୃତ

ନୟାଗଡ଼: ପୂର୍ବ ଶତ୍ରୁତାରୁ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ଘଟଣା । ୪ ଜଣ ଆକ୍ରମଣର ଶିକାର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଶିଶୁଳା ପଲେଇ । ନୟାଗଡ଼ ଚଣ୍ଡୀବସ୍ତ ଗାଁରେ ଘଟଣା ଘଟିଛି ।
ଗତ ନଭେମ୍ବର ମାସ ୧୧ ତାରିଖ ବିଳମ୍ବିତ ରାତିରେ ନୟାଗଡ଼ ଚଣ୍ଡୀବସ୍ତ ଗାଁରେ ରାଜନୈତିକ ହିଂସା ଦେଖିବାକୁ ମିଳିଥିଲା l ଗାଁରେ ଗୋଟିଏ ପରିବାରର ୪ ଜଣଙ୍କୁ ଅନ୍ୟ ଏକ ଦଳର ସମର୍ଥିତ ଗୋଷ୍ଠୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ l ରାଜନୈତିକ ପୂର୍ବ ଶତ୍ରୁତା ଓ ଟଙ୍କା ନେଣଦେଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଅନେକ ସମୟରେ ବଚସା ଲାଗି ରହୁଥିଲା । ଏହି ଘଟଣାରେ ୪ ଜଣ ଗୁରୁତର ଭାବେ ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପରେ ଗୁରୁତର ହେବାରୁ ସମସ୍ତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା l ଗତକାଲି ୭୫ ବର୍ଷିୟା ମହିଳା ଶିଶୁଳା ପଲେଇଙ୍କର ମୃତ୍ୟୁ ଘଟିଛି ।