Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ଶ୍ରୀମନ୍ଦିରରେ ଘୋଡ଼ା ଲାଗି ନୀତି, ଶ୍ରୀଜିଉ ପିନ୍ଧିବେ ଶୀତବସ୍ତ୍ର

ପୁରୀ: ପ୍ରବଳ ଶୀତ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ବି ହେଉଛି ଶୀତ ଅନୁଭବ । ତେଣୁ ଆଜି ଶ୍ରୀମନ୍ଦିରରେ ହେବ ଘୋଡ଼ା ଲାଗି ନୀତି । ମାର୍ଗଶିର ଶୁକ୍ଳ ଷଷ୍ଠୀରେ ପବିତ୍ର ଓଢଣୀ ଷଷ୍ଠୀ ଅବସରରେ ଅନୁଷ୍ଠିତ ହୋଇଥାଏ ଏହି ଘୋଡ଼ ଲାଗି ନୀତି । ଶ୍ରୀଜିଉମାନେ ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ ଶୀତବସ୍ତ୍ର ପରିଧାନ କରିବାର ବିଧି ରହିଛି ।

ମାର୍ଗଶିର ଶୁକ୍ଳ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ପ୍ରତ୍ୟହ ଏହି ଘୋଡ଼ ଲାଗି ନୀତି ସମ୍ପନ୍ନ ହେବ । ତେବେ ଏ ନେଇ ଗତକାଲି ଶ୍ରୀମନ୍ଦିରରେ ଘୋଡା ଅଧିବାସ ନୀତି ସମ୍ପାଦନା କରାଯାଇଥିଲା । ଶ୍ରୀଜିଉମାନଙ୍କ ପାଇଁ ୪ ଗୋଟି ଘୋଡ଼ ସହ ଘୋଡ଼ ଲାଗି ବେଶ ପାଇଁ ଖଟ ପାଛୋଡ଼ି, ତୁଳିପଟା, ଥୋଡ଼ ପାହାଡିଆ, ଫୁଲଛେଦା ଆଦି ପ୍ରସ୍ତୁତ କରାଯାଇଛି । ପରମ୍ପରା ଅନୁସାରେ ଗତକାଲିଠୁ ଶ୍ରୀମନ୍ଦିରରେ ରାତ୍ର ସମୟରେ ଚନ୍ଦନ ଲାଗି ନୀତି ପରେ ସମସ୍ତ ପ୍ରସ୍ତୁତ ଘୋଡ଼କୁ ଅଧିବାସ ହୋଇ ରଖାଯାଇଛି । ଆଜି ଏହି ଅଧିବାସିତ ଘୋଡ଼ ଲାଗି କରାଯିବ ।