Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନି ବାଇକକୁ ପିଟିବା ପରେ ଖାଇକୁ ଖସିଲା ବୋଲେରୋ

ପାରାଦୀପ: ଦ୍ରୁତଗତିରେ ଗାଡି ଚଲାଇବା ହେଲା କାଳ । ତିନିଟି ବାଇକକୁ ଧକ୍କା ଦେବା ପରେ ଖାଇକୁ ଖସିଲା ବୋଲେରୋ । ଘଟଣାରେ ମୋଟ ୬ ଜଣ ଆହତ ହୋଇଚନ୍ତି । ଘଟଣା ପାରାଦୀପ ଉପକଣ୍ଠ ଫତେପୁର ତ୍ରିଲୋଚନପୁର ରାସ୍ତାରେ ଘଟିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଗତକାଲି ରାତିରେ ବୋଲେରୋଟି ଦ୍ରୁତଗତିରେ ଆସି ତ୍ରିଲୋଚନପୁର ରାସ୍ତା ଉପରେ ୩ଟି ବାଇକକୁ ଧକ୍କା ଦେଇଥିଲା । ପରେ ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ସମସ୍ତ ଆହତ ବାଇକ ଆରୋହୀ ବୋଲି ଜଣାପଡିଛି । ଦୁର୍ଘଟଣାପରେ ବୋଲେରୋ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories