ଚିପିଲିମା,ସମ୍ବଲପୁର ବୁର୍ଲା ସ୍ଥିତ ଶ୍ରୀ ସତ୍ୟସାଇ କିଡିଜ ଏବୋଡ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଉଦଘାଟନୀ ଉତ୍ସବରେ ବୀର ସୁରେନ୍ଦ୍ର ସାଏ ବିଶ୍ଵବିଦ୍ୟାଳୟର ରସାୟନ ବିଭାଗର ପ୍ରଫେସର ଶରତ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଥିବାବେଳେ, ବିଶେଷ ଅତିଥିଭାବେ ପ୍ରଫେସର ମଧୁ କାପାନୀ ଯୋଗଦାନ କରି ଉତ୍ସାହିତ କରିଥିଲେ l ବିଦ୍ୟାଳୟ ସଭାପତି ଦେବେନ୍ଦ୍ର କାପାନୀ, ପରିଚାଳନା ନିର୍ଦ୍ଧେଶିକା ସୁଶ୍ରୀ କରୁଣା କାପାନୀ, ଓ ଅଧ୍ୟକ୍ଷ୍ୟା ବର୍ମା ମଂଚାସୀନ ଥିଲେ l ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ମଶାଲ ଶୋଭାଯାତ୍ରା କରିଥିବାବେଳେ, ସମସ୍ତ ଛାତ୍ରୀଛାତ୍ର ଶପଥପାଠ କରିଥିଲେ l ଏହା ପରେ ପରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କ୍ରୀଡା ଶିକ୍ଷକ ସୂର୍ଯ୍ୟକାନ୍ତ ଦାଣ୍ଡିଆ ସମସ୍ତ କ୍ରୀଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ, ସମସ୍ତ ଶିକ୍ଷକ ଶିକ୍ଷ୍ୟୟତ୍ରୀ ତଥା ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ l
ଶ୍ରୀ ସତ୍ୟସାଇ କିଡ଼ିଜ ଏବୋଡର ବାର୍ଷିକ କ୍ରୀଡାଉତ୍ସବ
