Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଟକ-ଭୁବନେଶ୍ବରରେ ଝିପି ଝିପି ବର୍ଷା

ଭୁବନେଶ୍ବର: ରାଜ୍ୟରେ ବଦଳିଛି ପାଣିପାଗ । ଆଜି ସକାଳୁ ଟ୍ବିନସିଟି ସହ ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣରୁ ବର୍ଷା ହେବାର ସମ୍ଭାବନା ଥିବାରୁ ୧୧ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱର ସହ କଟକରେ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ହୋଇଥିଲା । ଆଜି ସକାଳେ ମଧ୍ୟ ଟ୍ୱିନ୍ ସମେତ ବିଭିନ୍ନ ଜିଲ୍ଲାରେ ଝିପି ଝିପି ବର୍ଷା ହେବା ସହ ପାଗ କୋହଲା ରହିଛି । ସେହିପରି ୧୧ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି ରହିଛି । ରାଜ୍ୟରେ ସ୍ୱଳ୍ପ ଧରଣର ବର୍ଷା ପ୍ରଭାବରେ ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ୨ ଦିନ ପରେ ରାଜ୍ୟରେ ଶୀତ ଅନୁଭୂତ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।