ଭୁବନେଶ୍ବର: ଲାଞ୍ଚ ନେବା ମହିଳା କନିଷ୍ଠ କିରାଣିଙ୍କୁ ପଡ଼ିଲା ମହଙ୍ଗା । ଲାଞ୍ଚ ଟଙ୍କା ନେବ ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଖଣ୍ଡଗିରି ସବ୍ରେଜିଷ୍ଟ୍ରାର ଅଫିସ କନିଷ୍ଠ କିରାଣି ଦେବଜାନୀ କର । ଦେବଜାନୀଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ଜମି କାଗଜପତ୍ର ବାବଦକୁ ଜଣେ ବ୍ୟକ୍ତିଙ୍କୁ ୨୦ହଜାର ଟଙ୍କା ମାଗିଥିଲେ ଦେବଜାନୀ । ସଂପୃକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ନିକଟରେ ଏନେଇ ଅଭିଯୋଗ କରିଥିଲେ । ପରେ ଭିଜିଲାନ୍ସ ଦେବଜାନୀଙ୍କୁ ଧରିବାକୁ ଯୋଜନା କରିଥିଲା । ଜମିଜମା ବାବଦକୁ ବ୍ୟକ୍ତିଙ୍କଠାରୁ ଦେବଜାନୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା ।
ଅଫିସରେ ଯାଞ୍ଚ ବେଳେ ୧୫ ଲକ୍ଷରୁ ଅଧିକ ଟଙ୍କା ଭିଜିଲାନ୍ସ ଅଧିକାରୀ ଜବତ କରିଥିଲେ । ଏତେ ଟଙ୍କା ଦେବଜାନୀ କେଉଁଠୁ ଆଣିଲେ ଭିଜିଲାନ୍ସ ପ୍ରଶ୍ନରେ ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ । ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ କନିଷ୍ଠ କିରାଣି
