Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛିଲିପାମାଲ ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ।

କଳାହାଣ୍ଡି:୧୦/୧୨
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଛିଲିପାମାଲ ଗ୍ରାମରେ ନବ ନିର୍ମିତ ଶ୍ରୀ ଶ୍ରୀ ଶ୍ରୀ କାଳେଶ୍ୱର ମହାଦେବ ଙ୍କ ମନ୍ଦିର ରତ୍ନମୁଦ ଉତ୍ସବ ମଙ୍ଗଳବାର ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ରତ୍ନମୁଦ ଉତ୍ସବ ଅବସରରେ ମଙ୍ଗଳବାର ସକାଳ ରୁ ଗ୍ରାମ ରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ନାମ ସଂକୀର୍ତ୍ତନ ସହ ଭକ୍ତିମୟ ପରିବେଶ ମଧ୍ୟରେ ମନ୍ଦିର ପରିସରରେ ରତ୍ନମୁଦ ଉତ୍ସବ ର ମୁଖ୍ୟ ପୂଜକ ଗୋପାଳ ଜି ଠାକୁର କାଳେଶ୍ୱର ମହାଦେବ ଙ୍କ ମହା ମୃତ୍ୟୁଞ୍ଜୟ ମନ୍ତ୍ର ସହ ପୂର୍ବ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ପୂଜାକର୍ତ୍ତା ଭାବେ ଲଡୁଗାଁ ଗ୍ରାମ ର ଜିତେନ୍ଦ୍ର ପଣ୍ଡା, ସସ୍ମିତା ପଣ୍ଡା ସପତ୍ନୀକ ପୂଜାବିଧି ତୁଲାଇଥିଲେ। ପୂର୍ବ ନିର୍ଦ୍ଧାରିତ ସମୟ ରେ ମନ୍ଦିର ରେ ରତ୍ନମୁଦ ଉତ୍ସବ ବିଧି ଅନୁସାରେ ପାଳନ କରାଯାଇଛି। ଶ୍ରୀ କାଳେଶ୍ୱର ମହାଦେବ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସଭାପତି ଜନାର୍ଦ୍ଦନ ପଣ୍ଡା, ସମ୍ପାଦକ ଦେବେନ୍ଦ୍ର କୁମାର ପଣ୍ଡା, ବଳଭଦ୍ର ପଣ୍ଡା, ସୁଶାନ୍ତ ପୁରୋହିତ, ସୁରେଶ ନାଗ, କିଶୋର ଚନ୍ଦ୍ର ପଣ୍ଡା, ମଧୁସୂଦନ ପୁଞ୍ଜି, ଅନୁପ ପଣ୍ଡା, ମୋହନଲାଲ ବିଶି, ନବୀନ ଖର୍ସେଲ, ଡମ୍ବରୁଧର ପୁଞ୍ଜି, ଭାଗିରଥି ଖର୍ସେଲ, ଭୁଜବଲ ନାଏକ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ରତ୍ନମୁଦ ଉତ୍ସବ ର ସମସ୍ତ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ରତ୍ନମୁଦ ଉତ୍ସବ ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହିଥିଲେ।