Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୬ ଦିବାସୀୟ ଲିଙ୍ଗଭିତ୍ତିକ ହିଂସା ବିରୁଦ୍ଧରେ ସଚେତନତା ଅଭିଯାନ ଉଦଯାପିତ

ଝାରସୁଗୁଡା ୧୦/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଗତ ନଭେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା ୧୬ ଦିବସୀୟ ମହିଳା ଓ ବାଳିକା ମାନଙ୍କ ପ୍ରତି ହେଉଥିବା ହିଂସା ମାନବ ଅଧିକାର ସଚେତନତା ସମାରୋହ ଆଜି ଉଦଯାପିତ ହୋଇ ଯାଇଛି । ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଣ୍ୟବତୀ ହେଲେନ ଖେସ ସ୍ୱାଗତ ଭାଷଣ ଦେବା ସହ ଅଭିଯାନର ଲକ୍ଷ୍ୟ ଏବଂ ଉଦେଶ୍ୟ ଜ୍ଞାପନ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଏବଂ ସମ୍ନାନିତ ଅତିଥି ଭାବେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଆଶିଷ କୁମାର ପଣ୍ଡା,ଉପ ଆରକ୍ଷୀ ଅଧିକ୍ଷକ ମାଣ୍ଡଦାହ ହାସଦା, ଡ଼ି.ସି.ପି.ଓ.ସୁନନ୍ଦ ମହାରଣା, ବରିଷ୍ଠ ଆଇନଜୀବୀ ବି. ନାଗେଶ୍ୱରୀ ଯୋଗଦାନ କରି ମହିଳାଙ୍କ ପ୍ରତି ହେଉଥିବା ହିଂସା, ଲିଙ୍ଗଗତ ଭେଦଭାବ,ମହିଳା ଆଇନ ଉପରେ ନିଜର ଅଭିଭାଷଣ ରଖିଥିଲେ ।
ଏହି ଅବସରରେ ମହିଳା ଶିଶୁଙ୍କ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିବା ଯୋଗୁଁ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଆଶିଷ କୁମାର ପଣ୍ଡା,ମହିଳା ସୁରକ୍ଷା ଅଧିକାରୀ ମିନାକ୍ଷୀ ରାଜ, କାର୍ଯ୍ୟକ୍ରମ ଅଧିକାରୀ ଯଜ୍ଞସେନି ମହାନନ୍ଦ,ବାଲ୍ୟ ବିବାହ ନିଷେଧ ସଂଯୋଜକ ପୀତବାସ ବେହେରା,ଜ଼ୀଲ୍ଲା ସଂଯୋଜକ ଓ.ଏଲ.ମ.ପୁଷ୍ପଶ୍ରୀ ନାୟକ,ବରିଷ୍ଠ ଆଇନଜୀବୀ ବି.ନାଗେଶ୍ୱରୀ, ସଖୀର ପରିଚାଲିକା ମଧୁସ୍ମିତା ବରାଳ,କେଶ ୱାର୍କର ଜ୍ୟୋସ୍ନା ପ୍ରଧାନ, ସ୍ବେଛାସେବୀ ଅନୁଷ୍ଠାନ ସେହେଡା, ଶକ୍ତି ସଦନ ମହିଳା କେନ୍ଦ୍ର ଏବଂ ସଖି କେନ୍ଦ୍ରକୁ ସମ୍ମାନିତ କରା ଯାଇଥିଲା । ସେହିଭଳି ଉକ୍ତ ଅଭିଯାନରେ ସାମିଲ ଥିବା ସେହେଡା ଅନୁଷ୍ଠାନର ଜୟଶ୍ରୀ ସାହୁ,ସଖି କେନ୍ଦ୍ରର ଶିଳ୍ପାଞ୍ଚଲି ତିର୍କୀ,ସୁନିତା ଭଇଁସା, ସୁଜାତା ବିଶୋଇ, ଶକ୍ତି ସଦନର ଝରଣା ଦୀପ,ରୋଷନି ବିଶ୍ୱାଳ ଙ୍କ ସମେତ ୭ ଜଣ ସି.ଡ଼ି.ପି.ଓ, ୭ ଜଣ ସୁପର ଭାଇଜର, ୭ ଜଣ ଅଦ୍ଵିକ୍ୱା କିଶୋରୀ ବାଳିକା,୩ ଟି ସମାଜର ନେତା, ଶିକ୍ଷକ, ଶିକ୍ଷୟତ୍ରୀ,ଅନୁଷ୍ଠାନ ପ୍ରମୁଖଙ୍କୁ ମଧ୍ୟ ସାଟିଫିକେଟ ପ୍ରଦାନ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସମାଜ ମଙ୍ଗଳ ବିଭାଗ ଓ ସେହେଡା ଅନୁଷ୍ଠାନ ମିଳିତ ଭାବରେ ଆୟୋଜନ କରିଥିଲେ । କାର୍ଯ୍ୟକ୍ରମକୁ ବାଲ୍ୟବିବାହ ନିଷେଧ ସଂଯୋଜକ ପୀତବାସ ବେହେରା ସଂଯୋଜନା କରିଥିବା ବେଳେ ମହିଳା ସୁରକ୍ଷା ଅଧିକାରୀ ମିନାକ୍ଷୀ ରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ