Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେପି କର୍ମୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀଙ୍କ ଦ୍ବାରା ପୁଣି ଜଣଙ୍କୁ ହତ୍ୟା । ଏଥର ଟାର୍ଗେଯରେ ବିଜେପି ନେତା । ତାଙ୍କୁ ଘରୁ ଡାକିନେଇ ହତ୍ୟା କରିଛନ୍ତି ମାସବାଦୀ । ମୃତ ବିଜେପି କର୍ମୀ ଜଣଙ୍କ ହେଲେ ମାଣ୍ଡେରାମ ଫୁଡ଼ିଆମୀ ।

ଗତକାଲି ରାତିରେ କିଛି ସଶସ୍ତ୍ର ମାଓବାଦୀ ମାଣ୍ଡେରାମଙ୍କ ଘରକୁ ଆସି ଡାକି ନେଇଥିଲେ । ପରେ ତାଙ୍କୁ ହତ୍ୟା କରି କୁଟୁର ଥାନା ଅନ୍ତର୍ଗତ ସମନପଲ୍ଲୀ ଗାଁ ନିକଟରେ ପକାଇ ପଳାଇ ଯାଇଥିଲେ । ସ୍ଥାନୀୟ ଲୋକେ ମାଣ୍ଡେରାମଙ୍କ ଶବ ଦେଖି ପୋଲିସକୁ ଖବର ଦେବା ସହ ପରିବାର ଲୋକଙ୍କୁ ଜଣାଇଥିଲେ ।

ମାଣ୍ଡେରାମଙ୍କୁ ହତ୍ୟା କରି ଫିଙ୍ଗିଥିବା ସ୍ଥାନରେ ମାସବାଦୀମାନେ ଏକ ଚିଠି ଛାଡି ଯାଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଚିଠିକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଇନଫର୍ମର ସନ୍ଦେହରେ ମାଣ୍ଡେରାମଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।