Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିଙ୍ଗଭିତ୍ତିକ ହିଂସା ଦୁରୀକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୋନପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ସଖୀ ୱାନ୍ ଷ୍ଟପ୍ ସେଣ୍ଟର, ସୋନପୁରରେ ଲିଙ୍ଗଭିତ୍ତିକ ହିଂସା ଦୂରୀକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗତ ନଭେମ୍ବର ୨୫ ଠାରୁ ଆରମ୍ଭ ହୋଇ ଚଳିତ ଡିସେମ୍ବର ୧୦ ପର୍ଯ୍ୟନ୍ତ ପାଳିତ ହୋଇଥିଲା। ତେଣୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ଓ ସୁବର୍ଣ୍ଣପୁର ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ଡିସେମ୍ବର ୧୦ ରେ ମାନବ ଅଧିକାର ଦିବସ ଓ ଲିଙ୍ଗଭିତ୍ତିକ ହିଂସା ଦୂରୀକରଣ ସଚେତନତା କାର୍ଯ୍ୟକ୍ରମର ଉଦଯାପନ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ କୁମୁଦିନୀ ମୁଦୁଲି, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼. ଆର୍. ସି. ସ୍ୱାଇଁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚତୁର୍ଭୁଜ ଦାଶ, ମହିଳା ଓ ଶିଶୁ ବିଭାଗର ଇନ୍ସପେକ୍ଟର ଶ୍ରୀମତୀ ନିର୍ମଳା ତ୍ରିପାଠୀ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଙ୍କର୍ଷଣ ପଣ୍ଡା, ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ଅନିତା ଗୁରୁ ଓ ସୁଦେଶ୍ନା ମେହେର ଯୋଗ ଦେଇଥିଲେ। ସଖି ସେଣ୍ଟରର ମୁଖ୍ୟ ପରିଚାଳିତ ପାୟଲ ମିଶ୍ର ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଖିର କର୍ମଚାରୀ, କଲେଜ ଛାତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ , ସି ଆରପି , ଏମ୍ ବି କେ ମାନେ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ