ପୁଅର ମୃତ୍ୟୁଖବର ଶୁଣି ବାପାଙ୍କ ମୃତ୍ୟୁ , ଗୋଟିଏ ଶ୍ମଶାନ ରେ ଦୁଇଟିଜୁଇ ା


ସୁବର୍ଣ୍ଣପୁର: ଶ୍ମସାନରେ ଜଳୁଛି ଯୁଇ । ଗୋଟିଏ ନୁହେଁ ଦୁଇ ଦୁଇଟିର ଯୁଇ । ତାହାପୁଣି ଦୁଇ ବାପ ପୁଅଙ୍କ । ବାପା ହେଲେ ଆଦି ସା ଓ ପୁଅ ହେଲେ ଆର୍ତତ୍ରାଣ ସା । ଗତକାଲି ପୁଅ ଆର୍ତତ୍ରାଣ ବାପାଙ୍କ ଦେହ ଭଲ କରିବାକୁ ବଲାଙ୍ଗୀର ଭିମଭୋଇ ମେଡିକାଲକୁ ନେଇଥିଲେ ଓ ବାପ ,ପୁଅ ଦୁହେଁ ଶବ ହୋଇ ଘରକୁ ଫେରିଲେ । ଏମିତି ଏକ ହୃଦୟବିଦାରକ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଚଂଳ ପରିଷଦ ଅଞ୍ଚଳରୁ । ବାପା ଆଦିଙ୍କ ଦେହ ଭଲ ନଥିବାରୁ ପୁଅ ବାପାଙ୍କୁ ନେଇ ବଳାଙ୍ଗିର ମେଡିକାଲକୁ ଯାଇଥିଲେ । ସେଠାରେ ବାପାଙ୍କୁ ବେଡକୁ ନେଇ ଯାଉଥିବା ବେଳେ ପୁଅ ଆର୍ତତ୍ରାଣଙ୍କୁ ଭଲ ଲାଗୁନି ବୋଲି କହିଥିଲେ ଓ ସେଠାରେ ହିଁ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା । ପୁଅର ମୃତ୍ୟୁ ଘଟଣାକୁ ସହ୍ୟ କରିପାରିନଥିଲେ ବୃଦ୍ଧ ବାପା ଆଦି ଆଉ ସେଠାରେ ହିଁ ଆଦିଙ୍କ ମଧ୍ୟ ପ୍ରାଣବାୟୁ ଉଡିଯାଇଥିଲା । ଦୁଇ ବାପ ପୁଅଙ୍କ ମୃତଦେହ ତରଭା ସ୍ଥିତ ନିଜ ବସଭାବନକୁ ଆଣି ଏକା ସାଥିରେ ଦୁଇ ବାପ ପୁଅଙ୍କ ସବସତ୍କାର ଗୋଟାଏ ହିଁ ଶ୍ମାଶନରେ କରାଯାଉଛି l ଆଉ ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବା ପରେ ତରଭା ଅଚଂଳରେ ଶୋକର ଛାୟା ଖେଳିଯାଇଥିବା ଦେଖାଦେଇଛି ।