Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ

ଭୁବନେଶ୍ବର: ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ । ଡିସେମ୍ବର ୧୧ ତାରିଖ ଦିନ ୧୦ଟା ବେଳେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନୋଟିସ୍ ହୋଇଥିଲା । ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣାରେ ହୋଇଛି ସମନ ହୋଇଛି । ତାଙ୍କ ପାଖରେ କିଛି ପ୍ରମାଣ ଓ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥିବାରୁ ଏହାକୁ ନିଶ୍ଚିତ କରିବା ପାଇଁ ହାଜର ହେବାକୁ ସମନ କରିଛି ସିବିଆଇ । ସେହିପରି ଟେଣ୍ଡର ଫିକ୍ସିଂରେ ବିଷ୍ପୁପଦଙ୍କ ଡ୍ରାଇଭରଙ୍କୁ ମଧ୍ୟ ସମନ୍ କରାଯାଇଛି ।

ମର୍ସିଡିଜରୁ ଟଙ୍କା ଜବତ ଘଟଣାରେ ୩ ଅଭିଯୁକ୍ତଙ୍କ ବୟାନ ଆଧାରରେ ପ୍ରମୁଖ ସଚିବ ବିଷ୍ଣୁପଦଙ୍କ ଡ୍ରାଇଭରକୁ ସମନ କରିଛି ସିବିଆଇ । ଇମେଲ ଯୋଗେ ସମନ ଜାରି କରିଛି ସିବିଆଇ । ନୋଟିସ ଜାରି କରିବା ପରେ ପାୱାର କରିଡରରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।