Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ଶ୍ରମିକ ଦିବସରେ କେନ୍ଦୁପତ୍ର ଶ୍ରମିକ ଓ ସାମୟିକ କର୍ମଚାରୀ ଙ୍କ କଳାବ୍ୟାଜ ପିନ୍ଧି ପ୍ରତିବାଦ

ବୀର ମହାରାଜପୁର :ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ଉପଖଣ୍ଡ ର ଉଲୁଣ୍ଡା କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ଙ୍କୁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସିଂଢୋଲ,ଉଲୁଣ୍ଡା, ଓ ଯାଲୋଏ ଶାଖା ର ଶତାଧିକ ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀ ମାନେ କଳାବ୍ୟାଜ ପିନ୍ଧି ଆଜି ପ୍ରତିବାଦ କରିଛନ୍ତି l ୭ ଦଫା ସମ୍ବଳିତ ଏକ ଦାବୀପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ଉଲୁଣ୍ଡା ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ସୁରଜିତ କୁମାର ବେହେରା, ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର) ସମ୍ବଲପୁର ଙ୍କ ଜରିଆରେ ପ୍ରଦାନ କରିଛନ୍ତି l ପ୍ରମୁଖ ଦାବୀ ଗୁଡିକ ହେଲା କେନ୍ଦୁପତ୍ର କେରୀ ର ମୂଲ୍ୟ ବୃଦ୍ଧି, ବୋନସ ପ୍ରଦାନ, ସାମୟିକ କର୍ମଚାରୀ ଙ୍କ ଦରମା ବୃଦ୍ଧି ସହ ଚାକିରୀ ସର୍ତ୍ତାବଳି ଲାଗୁ କରିବା, ଛାତ୍ର ବୃତ୍ତି, କନ୍ୟା ବିବାହ ସହାୟତା ପ୍ରଦାନ, କେନ୍ଦୁପତ୍ର କୁ ଜିଏସଟି ମୁକ୍ତ, ଓଏଫଡିସି ନେଉଥିବା ଶତକଡା ଅର୍ଥରାଶି ଫେରସ୍ତ ସହ ତୁରନ୍ତ କେଏଲଡ଼ିବି ବୈଠକ ବସିବା ଆଦି ଅନ୍ୟତମ ରହିଛି l ପ୍ର କା ଶ ଯେ ସମସ୍ତ ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀ ମାନେ ଆଜିଠୁ ପ୍ରତିବାଦ ସ୍ୱରୂପ କଳାବ୍ୟାଜ ପିନ୍ଧିବେ, ସରକାର ଦାବୀ ପୂରଣ କରିବା ଯାଏଁ କାର୍ଯ୍ୟ ରେ ରହିବେ, ଯଦି ଦାବୀ ପୂରଣ ପାଇଁ ସରକାର କିଛି ଉପଯୁକ୍ତ ପଦକ୍ଷେପ ନ ନେବେ ତାହାଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ସହ ରାସ୍ତାରୋକ ମଧ୍ୟ କରିବୁ ବୋଲି ଆହ୍ୱାନ ଦେଇଛନ୍ତି l ଉକ୍ତ ଧାରଣା ରେ ଉଲୁଣ୍ଡା ସମ୍ପାଦକ ହିମାଂଶୁ ପୁରୋହିତ, ସିଂଢୋଲ ସମ୍ପାଦକ ରମେଶ ମାହାର, ଯାଲୋଇ ସମ୍ପାଦକ ଚୈତନ୍ୟ ହୋତା, ହିମାଂଶୁ ସେଠୀ, ଅଜିତ ଗାଈଗାରିଆ, ସତ୍ୟଜିତ ଗଡୁଆ, ମାର୍କଣ୍ଡ ପଧାନ, ସମସ୍ତ ତୋଳାଳୀ, ବନ୍ଧେଇ ଶ୍ରମିକ, ଓ ସାମୟିକ କର୍ମଚାରୀପ୍ରମୁଖ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ