Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧନୁ ସଂକ୍ରାନ୍ତି: ମହାପ୍ରଭୁଙ୍କଠାରେ ଲାଗି ହେଲା ପହିଲି ଭୋଗ

ପୁରୀ: ଆଜି ପବିତ୍ର ଧନୁ ସଂକ୍ରାନ୍ତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କଠାରେ ଲାଗି ହେଲା ପହିଲି ଭୋଗ । ଗୋପାଳ ବଲ୍ଲଭ ପରେ ମହାପ୍ରଭୁଙ୍କର ପହିଲି ଭୋଗ ନୀତି କରାଯାଇଛି । ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପ୍ରତ୍ୟହ ଶ୍ରୀମନ୍ଦିରରେ ଏହି ନୀତି ଚାଲିବ ।

ପହିଲି ଭୋଗରେ ୨୪ ପ୍ରକାରର ପିଠା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କଠାରେ ଭୋଗ ଲାଗାଯିବ । ଆଜି ରାତ୍ର ୨ଟା ୧୫ରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ସଂପନ୍ନ ହୋଇଛି । ପରେ ମଙ୍ଗଳି ଆଳତି ହୋଇ ଭୋର ସମୟରୁ ପହିଲି ଭୋଗ ନୀତି ସମ୍ପନ୍ନ ହୋଇଛି । ଏହାର ଅର୍ଥ କାଉ କା କହିବା ପୂର୍ବରୁ ପହିଲି ଭୋଗ ନୀତି ସମ୍ପନ୍ନ ହେବା ପରମ୍ପରା ରହିଛି । ମା’ ଯଶୋଦା ଶ୍ରୀକୃଷ୍ଣଙ୍କୁ ଅନେକ ପ୍ରକାର ପିଠା ଖୁଆଇବା ସ୍ମୃତିରେ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ପାଳିତ ହୋଇ ଆସୁଛି ।