Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ଦାନ୍ତ ମାଫିଆଙ୍କୁ ଧରିବାକୁ ଯାଇଥିବା ବନ କର୍ମଚାରୀଙ୍କ ଉପରେ ଗୁଳି ମାଡ଼

ରାୟଗଡ଼ା: ହାତୀ ଦାନ୍ତ ଡିଲରେ ସାମିଲ ମାଫିଆଙ୍କୁ ଧରିବାକୁ ଯାଇଥିବା ବେଳେ ବନ କର୍ମଚାରୀଙ୍କ ଉପରେ ଗୁଳି ମାଡ଼ । ଆକ୍ରମଣରେ ବନ ବିଭାଗ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ କୌଣସି କର୍ମଚାରୀ ଆହତ ହୋଇ ନଥିବା ଜଣାପଡ଼ିଛି । ଏପରି ଘଟଣା ରାୟଗଡ଼ା ଜିଲ୍ଲା ମୁନିଗୁଡା ରେଞ୍ଜ ଅଧୀନରେ ଘଟିଛି ।

ରାୟଗଡ଼ା ବନଖଣ୍ଡ ମୁନିଗୁଡା ରେଞ୍ଜ ମାଲିମୁଣ୍ଡା ଓ ଜାରପା ଗ୍ରାମର କିଛି ମାଫିଆ ହାତୀ ଦାନ୍ତ ବେପାର ପାଇଁ ଛତିଶଗଡ଼ର କିଛି ମାଫିଆଙ୍କ ସହ ଯୋଗାଯୋଗ କରିଥିଲେ । ଛତିଶଗଡ଼ର ବନ ବିଭାଗ ଟିମ୍‌ ମାଫିଆଙ୍କ ପିଛା କରିବା ସହ ରାୟଗଡ଼ା ଜିଲ୍ଲା ବନ ବିଭାଗକୁ ଖବର ଦେଇଥିଲା ।

ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡା ରେଞ୍ଜରଙ୍କ ସମେତ ଅମ୍ୱାଦଳା ଓ ମୁନିଗୁଡା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଦାନ୍ତ ବେପାର ବେଳେ ହାତୀ ଦାନ୍ତ ସହ ୫ ଜଣ ମାଫିଆଙ୍କୁ କାବୁ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ତେବେ ମାଫିଆମାନଙ୍କ ସହିତ ଆଉ କିଏ କିଏ ସାମିଲ ହୋଇଛନ୍ତି ସେମାନଙ୍କୁ ଖୋଜିବା ପାଇଁ ବନ ବିଭାଗ ଅଧିକାରୀଙ୍କ ସହ କର୍ମଚାରୀମାନେ ମୁନିଗୁଡା ରେଞ୍ଜ ଶିବପଦର ପଞ୍ଚାୟତ ଯାରପା ଗାଁରେ ପହଞ୍ଚିଥିଲେ । ସେଠାରେ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ବନ ବିଭାଗ ଗାଡି ଉପରକୁ ୪ ରାଉଣ୍ଡ ଗୁଳି ଚାଳନା କରିଥିଲେ । ତେବେ ନିଜ ଜୀବନ ବଞ୍ଚାଇ ବନ ବିଭାଗ କର୍ମଚାରୀମାନେ ସେଠାରୁ ଚାଲି ଆସିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ