Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ଯାତାୟତ ବାଧାପ୍ରାପ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ରେ ପାରଦ ତଳମୁହାଁ ହେବା ଯୋଗୁଁ ଘନ କୁହୁଡି ସହ ପ୍ରବଳ ଶୀତ ଅନୁଭୂତି ହେଉଛି । ଫଳରେ ସକାଳେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । କୁହୁଡ଼ି ଘନତା ଏତେ ଅଧିକ ଯେ ଭୋର ସମୟରୁ ଦିନ ୧୦ ଟା ପର୍ଯ୍ୟନ୍ତ ଆକାଶରେ ସୂର୍ଯ୍ୟ ଙ୍କୁ ଦେଖାମିଳୁନି। କୁହୁଡି ଯୋଗୁଁ ରାସ୍ତା ରେ ଆଗକୁ ଦେଖାଯାଉନାହିଁ। ଫଳରେ ବିଭିନ୍ନ ଯାନବାହାନ ଚଳାଚଳ ପାଇଁ ଚାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଟିଉସନ ଯାଉଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଥିବା ନଜର ରହିଛି। ସେହିପରି ଶ୍ରମିକ ମାନେ ମଧ୍ୟ ଶୀତ ଓ କୁହୁଡି ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଚାଲ ,କୁଡିଆ ରେ ରହୁଥିବା ଅସହାୟ ଲୋକଙ୍କ ଜୀବନ କଷ୍ଟ ଦାୟକ ହୋଇ ପଡ଼ିଛି। କିଛି ଲୋକ ଥଣ୍ଡା ସହ୍ୟ କରି ନପାରି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଆଁ ଶେକି ହୋଇ ରାତି କାଟିବାକୁ ବାଧ୍ୟ ହେଉଛନ୍ତି। ଚଳିତ ବର୍ଷ ମଧ୍ୟ ପ୍ରବଳ ଥଣ୍ଡା ହେବାର ସମ୍ଭାବନା ଦେଖାଦେଇଛି । କେତେକ ବ୍ୟକ୍ତି ପ୍ରାତଃ ଭ୍ରମଣରେ ବାହାରି ଶୀତକୁ ମନଭରି ଉପଭୋଗ କରୁଥିବା ବେଳେ ଆଉ କିଛି ଲୋକ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ କୁ ଆଦରି ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି। ଶୀତର ପ୍ରକୋପ ମଧ୍ୟ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି। ରାତି ୮ ଟା ନହେଉଣୁ ବଜାର ଘାଟ ଖାଁ ଖାଁ ଲାଗୁଛି। ମୁଖ୍ୟ ରାସ୍ତା କଡ଼ରେ ଯାତ୍ରୀମାନେ ଶୀତ ଦାଉରୁ ରକ୍ଷା ପାଇଁ ରାସ୍ତାକଡ଼ରେ କାଠଜାଲି ନିଆଁ ପୁଆଉଁଥିବା ମଧ୍ୟ ଦେଖିବାକୁ ମିଳିଛି। ଗରିବ ଅସହାୟ ଜୀବନ ଦୁର୍ବିସହ ହୋଇ ପଡ଼ିଛି । ପ୍ରଶାସନ ତରଫରୁ ତୁରନ୍ତ ଅସହାୟ ଗରିବ ପରିବାରକୁ କମ୍ବଳ ଆଦି ଶୀତବସ୍ତ୍ର ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।