Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳିପୋଡ଼ି ପାଉଁଶ ହୋଇଗଲା ୬ ଏକର ଜମିର ଧାନ

ବ୍ରହ୍ମପୁର: ବହୁ ପରିଶ୍ରମ କରି ଧାନ ଫଳାଇଥିଲେ । ପାଚିବା ପରେ ଖଳାକୁ ଆଣି ଗଦା କରି ରଖିଥିଲେ । ହେଲେ ଆଜି ସକାଳୁ ହଠାତ ଧାନ ଗଦାରେ ଲାଗିଗଲା ନିଆଁ । ଚାହୁଁ ଚାହୁଁ ଆଖି ଆଗରେ ଜଳି ପୋଡ଼ି ପାଉଁଶ ହୋଇଗଲା ସବୁ ପରିଶ୍ରମର ଫଳ । ଏମିତି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ କୁଶରାଵ ଗାଁରେ ।

ଚାଷୀମାନେ କ୍ଷେତରୁ ଧାନ ଅମଳ କରି ଖଳାରେ ରଖିଥିଲେ । ଗତକାଲି କିଛି ଦୁର୍ବୃତ୍ତ ସେମାନଙ୍କ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ । ରାତିରେ ଧାନ ଗଦା ହୁତୁହୁତୁ ହୋଇ ଜଳୁଥିବା ଗ୍ରାମବାସୀ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ନିଆଁ ଲିଭିବା ବେଳେକୁ ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ