Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଟ୍ୟାଙ୍କର ମାଡ଼ିଯାଇ ବାଇକ ଆରୋହୀଙ୍କ ମୃତ୍ୟୁ

ନୀଳଗିରି: ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଉଦଳା ରାଜ୍ୟ ରାଜପଥ ଭାଲୁକାଶୁଣି ନିକଟରେ ଘଟିଛି ।  

ବାଇକ ଆରୋହୀ ଜଣଙ୍କ ଉଦଳା ରାଜ୍ୟ ରାଜପଥ ଦେଇ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ଧକ୍କା ଦେଇଥିଲା । ପରେ ଟ୍ୟାଙ୍କର ସହ ଡ୍ରାଇଭର ଘଟଣାସ୍ଥଳରୁ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲା । ଅଞ୍ଚଳବାସୀ ଟ୍ୟାଙ୍କରର ପିଛା କରି ସେରଗଡ଼ ନିକଟରେ ଧରି ପୋଲିସ ଜିମାରେ ଦେଇଥିଲେ । 

ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ବାଇକ୍ ଆରୋହୀଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଉତ୍ତ୍ୟକ୍ତି ଲୋକଙ୍କୁ ବୁଝାଶୁଝା କରିଛି ।