Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚା’ ଦୋକାନରେ ପଶିଗଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଗଲେ ଦୋକାନୀ

କଟକ: ଶୀତୁଆ ସକାଳେ ଚା’ ଦୋକାନରେ ଲାଗିଥିଲା ଭିଡ଼ । ଚା’ ବନାଇ ଗ୍ରାହକଙ୍କୁ ଦେବାରେ ବ୍ୟସ୍ତ ଥିଲେ । ଏହି ସମୟରେ ହଠାତ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଦୋକାନ ଉପରେ ମାଡିଯାଇଥିଲା । ତେବେ ଅଳ୍ପକେ ବର୍ତ୍ତି ଯାଇଥିଲେ ଦୋକାନୀ ଓ ଗ୍ରାହକ । କଟକ ସେଲଟର ଛକରେ ଏହି ଦୁର୍ଘଟଣା ଘଟିଛି ।

ଆଜି ସକାଳେ ଏକ ଟ୍ରାକ୍ଟର ଦ୍ରୁତ ଗତିରେ ଆସି ଚା’ ଦୋକାନ ଭିତରକୁ ପଶି ଯାଇଥିଲା । ଏହି ସମୟରେ ଦୋକାନୀ ବାହାରେ ଥିଲେ । ଫଳରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଦୋକାନୀ । ହେଲେ ଚା’ ଦୋକାନ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ସ୍ଥାନୀୟ ଲୋକେ ଡ୍ରାଇଭରକୁ ଅଟକ ରଖି ପୋଲିସ ଜିମାରେ ଦେଇଛନ୍ତି । ପୋଲିସ ଗାଡ଼ି ସହ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ