Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪

ଜିଲ୍ଲା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ
ଝାରସୁଗୁଡ଼ା ୧୮/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୪ ସ୍ଥାନୀୟ ଟାଉନ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରଦର୍ଶନୀ ସମାରୋହରେ ଝାରସୁଗୁଡା ଜିଲ୍ଲା ଶିକ୍ଷାଧିକାରୀ ଡ. ରାଧାକାନ୍ତ ଗଡତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଘୁଟା, କୋଲାବିରା ଗୋଷ୍ଠୀ ଶିକ୍ଷାଧିକାରୀ ସତ୍ୟବ୍ରତ ସାହୁ, ଲଇକେରା ଗୋଷ୍ଠୀ ଶିକ୍ଷାଧିକାରୀ ତନ୍ମୟୀ ଶୁଭଶ୍ରୀ ପିଙ୍ଗ, ଲଖନପୁର ଗୋଷ୍ଠୀ ଶିକ୍ଷାଧିକାରୀ ସଂଯୁକ୍ତା ପଟ୍ଟଯୋଶୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନିରୋଜ ପଟେଲ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ପଟେଲ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଓ ମ୍ୟୁନିସିପାଲିଟି ସ୍ତରରୁ ଚୟନ ହୋଇଥିବା ୩୫ ଜଣ ବାଳ ବୈଜ୍ଞାନିକ ଓ ତାଙ୍କର ମାର୍ଗଦର୍ଶକ ମାନେ ଅଂଶଗ୍ରହଣ କରି ନିଜ ନିଜ ପ୍ରକଳ୍ପ ଗୁଡିକୁ ପ୍ରଦର୍ଶିତ କରିଥିଲେ l ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ରାଜେଶ ମେହେର, ଲଇଡ଼ା ଡି.ଏସ ମହା ବିଦ୍ୟାଳୟ ରସାୟନ ବିଜ୍ଞାନ ଅଧ୍ୟାପକ ଅଲେଖ କୁମାର ଦ୍ବିବେଦୀ, ଲଇକେରା ପି.ଏସ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଅଧ୍ୟାପକ ସୁଶାନ୍ତ କୁମାର ରଥ, ଝାରସୁଗୁଡା ଏଲ.ଏନ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ରୋଜିସ୍ମିତା ମାଝୀ ବିଚାରକ ଭାବେ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ପ୍ରକଳ୍ପ ଗୁଡିକୁ ନିରୀକ୍ଷଣ କରି ଚୟନ କରିଥିଲେ ।
ଜିଲ୍ଲା ଶିକ୍ଷାଧିକାରୀ ଡ.ରାଧାକାନ୍ତ ଗଡତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭବିଷ୍ୟତରେ କିପରି ଉଚ୍ଚ ଶିକ୍ଷା ଲାଭ କରି ଦୁନିଆରେ ଏକ ନୂତନ ଦିଗ ସୃଷ୍ଟି କରିବେ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ସେହିଭଳି ସମ୍ମାନିତ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ପ୍ରଦୀପ୍ତ ସା ଓ ସୁଶାନ୍ତ କୁମାର ଘୁଟା ଆଦି ଅତିଥି ଗଣ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l
କାର୍ଯ୍ୟକ୍ରମକୁ ଟାଉନ ହାଇସ୍କୁଲ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଏବଂ ରବିନାରାୟଣ ପୂଜାରୀ ( ପି. ଇ.ଟି. ଝାରସୁଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ରବି ନାରାୟଣ ପୂଜାରୀ ମଞ୍ଚ ସଞ୍ଚାଳନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଅନିଲ କୁମାର ପଟେଲ ଧନ୍ୟବାଦ ଜ୍ଞାପନ କରିଥିଲେ l ସ୍ଥାନୀୟ ବିଦ୍ୟାଳୟ ପକ୍ଷରୁ ସାଗରିକା ମିଶ୍ର, ସୀମା କୁମାରୀ,ପୁଷ୍ପାଞ୍ଜଳି, ଅନୀତା, ଦୀପ୍ତି, କାବେରୀ, ପ୍ରେମାନନ୍ଦ, ବିଘ୍ନରାଜ, ଶୋଭନ, ସୁନୀଲ, ସଂଯୁକ୍ତା (୧), ସଂଯୁକ୍ତା (୨) ଆଦି ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ