ବୀରମହାରାଜପୁର କଲେଜ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜ ଖେଳ ପଡିଆରେ ଦ୍ବୀ – ଦିବସୀୟ 43 ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି I ଏହି ଅବସରରେ କ୍ରୀଡ଼ାବିତ ମାନଙ୍କ ଦ୍ୱାରା ସ୍ଥାନୀୟ ଦୁର୍ଗା ମନ୍ଦିରରୁ ଅଣାଯାଇଥିବା କ୍ରୀଡା ମଶାଲକୁ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ସ୍ୱାଗତ କରାଯିବାପରେ କ୍ରୀଡ଼ାଙ୍ଗନରେ ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା I ଏହାପରେ ମୁଖ୍ୟଅତିଥି ତଥା ପରିଚାଳନା ପରିଷଦର ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରୀ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଶୁଭାରମ୍ଭ କରିଥିଲେ I ପରେ ପରେ ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଶ୍ରୀଯୁକ୍ତ ଖଣ୍ଡଗିରୀଙ୍କ ବ୍ୟତୀତ ବିଜୟ କୁମାର ପଧାନ , ନରେନ୍ଦ୍ର ଚାନ୍ଦ , ସୁପ୍ରଭା ନନ୍ଦ, ନିତାରାଣୀ ପଧାନ , ବିଦ୍ୟୁତ ପ୍ରଭା ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I ଅଧ୍ୟାପିକା ଯାମିନୀ ଦାଶ ସଭା ସଂଯୋଜନା ଓ ପରିଚାଳନା କରିଥିଲେ I ଆଜି ସମୁଦାୟ 28 ଟି ବିଭାଗର କ୍ରୀଡା ପ୍ରତିଯୋଗିତା ସମାପ୍ତ ହୋଇଛି I କ୍ରୀଡା ଶିକ୍ଷକ ନରେନ୍ଦ୍ର ଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସରିତା ଦାଶ , ଅଭିନନ୍ଦନ ପୁଜାହାରୀ , କୃତିବାସ ଶତପଥୀ , ଡ଼. ଶିଶିର ବଣିଆ , ହରପ୍ରିୟା ମହାପାତ୍ର , ନରେନ୍ଦ୍ର ଝା , ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ I