Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଥା ଦେଇ କଥା ରଖିଲେ ଜିଲ୍ଲାପାଳ,ଚିପିଲିମାରୁ ଘଣ୍ଟେଶ୍ୱରୀ ସ୍ଥାୟୀ ରାସ୍ତାପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ଡିପିଆର ପ୍ରସ୍ତୁତି ପାଇଁ ନିର୍ଦ୍ଧେଶ

ଚିପିଲିମା”ଚିପିଲିମାରୁ ଘଣ୍ଟେଶ୍ୱରୀ କୁ ସ୍ଥାୟୀ ରାସ୍ତା ଦାବି”ଶୀର୍ଷକ ନେଇ ଗଣମାଧ୍ୟମ ରେ ଏକ ମତାମତ ଭିତ୍ତିକ ଉପସ୍ଥାପନା ପ୍ରକାଶନ ପରେ ସ୍ଥାନୀୟ ସଚେତନ ନାଗରିକ ସଚେତନ ହୋଇ ଏକ ଦସ୍ତଖତ ସମ୍ମଳିତ ଦାବିପତ୍ର ନେଇ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦେରଙ୍କୁ ଭେଟି ଆଲୋଚନା କରିଥିଲେ l ଆଲୋଚନା ପରେ ଜିଲ୍ଲାପାଳ ସହମତି ପ୍ରକାଶ କରି ଖୁବଶୀଘ୍ର ସ୍ଥାୟୀରାସ୍ତା ପାଇଁ ପାୱାରହାଉସ ତଳ ଅସ୍ଥାୟୀ ରାସ୍ତାର ସମୀକ୍ଷା ପାଇଁ ସେ ନିଜେ ଆସିବେ ବୋଲି ସ୍ୱଷ୍ଟ କରିଥିଲେ l ହେଲେ ଜିଲ୍ଲାପାଳ ମହୋଦୟ କଥାରଖି ବୁଧବାର ମଧ୍ୟାହ୍ନରେ ଆସି ପ୍ରଥମେ ଘଣ୍ଟେଶ୍ୱରୀ ମାଁଙ୍କ ଦର୍ଶନ କରି ଘଣ୍ଟେଶ୍ୱରୀ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ l ପରେ ପ୍ରସ୍ତାବିତ ଚିପିଲିମା ରୁ ଘଣ୍ଟେଶ୍ୱରୀ ରାସ୍ତାର ସର୍ଜମିନ ସମୀକ୍ଷା କରି ଅଞ୍ଚଳର ସଚେତନ ନାଗରିକଙ୍କ ସହ ସକାରାତ୍ମକ ଆଲୋଚନା କରିଥିଲେ l ପରିଦର୍ଶନ ସମୟରେ ଆରଏଣ୍ଡବି ନିର୍ବାହୀ ଯନ୍ତ୍ରୀ ଇଂ ଅଶୋକ ଲେଙ୍କା,ଏସଡ଼ିଓ ସାନ୍ତ୍ୱନୁ ସାହୁ, ବରିଷ୍ଠ ଘଣ୍ଟେଶ୍ୱରୀ ଟ୍ରଷ୍ଟି ସଞ୍ଜୟ ପୂଜାରୀ, ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ, ବରିଷ୍ଠ ନାଗରିକ ରଙ୍ଗିଲା ରାୟ, ଏମଡି ରୁସ୍ତମ, ଦୈତାରୀ ମହାନନ୍ଦ, ପଞ୍ଚାନନ ପଣ୍ଡା, ସୁଧୀର ପୂଜାରୀ, ସୂର୍ଯ୍ୟ ପାଢ଼ୀ, ରାଜୀବ ଦାଶ, ମୁରଲୀ ଛୁରିଆ, ସାମ୍ବାଦିକ ପ୍ରଦୀପ ନାୟକ, ସାମ୍ବାଦିକ ସଂଜୀବ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ l ପ୍ରସ୍ତାବିତ ରାସ୍ତାର ଡ୍ରୋନ ସୁଟିଂ କରି ଏକ ବ୍ୟୟ ଅଟକଳ ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଆରଏଣ୍ଡବି ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି l ଜିଲ୍ଲାପାଳଙ୍କ ସକାରାତ୍ମକ ପଦକ୍ଷେପ କୁ ନେଇ ଅଞ୍ଚବାସୀଙ୍କ ମନରେ ଏକ ନୁଆଁ ଆଶା ଉଜ୍ବଳିତ ହୋଇଛି l ପ୍ରକାଶ ଥାଉକି ଘଣ୍ଟେଶ୍ୱରୀ ମାଁ ଙ୍କ ଆଶୀର୍ବାଦରୁ ଏହି ପ୍ରସ୍ତାବିତ ରାସ୍ତାଟି ହେଲେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଦେବୀ ପୀଠ ମା ଘଣ୍ଟେଶ୍ଵରୀ ମନ୍ଦିରକୁ ଚିପିଲିମା ପଟରୁ କୌଣସି ସ୍ଥାୟୀ ରାସ୍ତାଟିଏ ନଥିବାବେଳେ ପ୍ରତ୍ୟହ ସହସ୍ରାଧିକ ପର୍ଯଟକ, ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀ, ଶ୍ରଦ୍ଧାଳୁ ପାୱାରହାଉସ ନିଷିଦ୍ଧାଞ୍ଚଳରେ ଥିବା ଅଣଓସାରିଆ ପୋଲ ଦେଇ ବିପଦ ସଂକୁଳ ଅବସ୍ଥା ଯାଉଥିଲେ l ପ୍ରକାଶ ଥାଉକି ପ୍ରସ୍ତାବିତ ରାସ୍ତାଟି ଚିପିଲିମାରୁ ଘଣ୍ଟେଶ୍ୱରୀକୁ ସଂଯୋଗ ହେଲେ ବରଗଡ, ସୋନପୁର,ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ଆଦି ଜିଲ୍ଲା ତଥା ଛତିଶଗଡ ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁ ସମଲେଶ୍ଵରୀ ପୀଠ , ହୀରାକୁଦ,ବକ୍ର ମନ୍ଦିର ହୁମା ଆଦି ଅଞ୍ଚଳକୁ ଅତି ସହଜରେ ଯୋଗାଯୋଗ କରିହେବ ବୋଲି ସଚେତନ ନାଗରିକ ମତବ୍ୟକ୍ତ କରିଛନ୍ତି l