ଗ୍ରାମାଞ୍ଚଳରେ ପାନୀୟ ଜଳ ସଙ୍କଟ


ବୀର ମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ବ୍ଲକ ଅନ୍ତର୍ଗତ କେଞ୍ଝରିଆପାଲି ପଂଚାୟତ ର ଅମାତପାଲି ରେ ରହିଥିବା ସୋଲାର ଜଳ ପ୍ରକଳ୍ପଟି ବହୁଦିନ ଧରି ଅଚଳ ହୋଇ ପଡିଛି l ଫଳରେ ଏହି ଗ୍ରାମରେ ରହୁଥିବା ପ୍ରାୟ ଶତାଧିକ ପରିବାର ପାଣି ଟୋପାଏ ପାଇଁ ନାହିଁ ନ ଥିବା ଅବସ୍ଥା ର ସମ୍ମୁଖୀନ ହେଉଛନ୍ତି l ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପୋଖରୀ, ଗାଡ଼ିଆ ଆଦି ଶୁଖିଲା ପଡିଥିବାବେଳେ ନଳକୂପ ଗୁଡିକ ଅଚଳ ହୋଇ ପଡିଛି l ଯେଉଁ ନଳକୂପ ସଚଳ ରହିଛି ପାଣି ବ୍ୟବହାର ଅନୁପଯୁକ୍ତ l ପାଣିପାଇଁ ଗ୍ରାମବାସୀ ଡହଳ ବିକଳ ହେଉଥିବା ବେଳେ ଗୃହପାଳିତ ପଶୁପକ୍ଷୀଙ୍କ କଥା ପଚାରେ କିଏ l ଅଚଳ ଥିବା ସୌରପ୍ରକଳ୍ପଟିକୁ ମରାମତି କରିବାପାଇଁ ବହୁବାର ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭକରି ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କର ପାଖରେ ଗୁହାରି କରି ସୁଦ୍ଧା କୌଣସି ସୁଫଳ ପାଇପାରିନାହାନ୍ତି l ପାଣି ସମସ୍ୟା ର ସମାଧାନ ପାଇଁ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରନ୍ତି l