ଭୁବନେଶ୍ବର: ଆସନ୍ତା ୨୮ ତାରିଖରୁ ପୁଣି ହୋ ହୋ ହକିରେ କମ୍ପିବ ଭୁବନେଶ୍ବର । ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ । ଶୀତୁଆ ରାତିରେ ରାଜଧାନୀବାସୀଙ୍କୁ ଲାଗିବ ହକିର ଫେଭର । ଏଥିରେ ଅଂଶଗ୍ରହଣ କରୁଥିବା ଓଡିଶା ଭିତ୍ତିକ ଫ୍ରାଞ୍ଚାଇଜ କଳିଙ୍ଗ ଲାନ୍ସର୍ସର ଜର୍ସି, ଓ ହକି ଲିଗର ମାସ୍କଟ କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ ହୋଇଛି । କଳିଙ୍ଗ ଲାନ୍ସର୍ସର ପାଇଁ ଦୁଇଟି ଜର୍ସି ଉନ୍ମୋଚିତ ହୋଇଛି । ଉଭୟରେ ଓଡିଶାର କଳା, ଇତିହାସ ପ୍ରତିଫଳିତ ହେଉଛି ।ମା ସ୍କଟର ନାମ ‘ଜିତ’ ରହିଛି ।
ଚଳିତବର୍ଷ ଟିମ ବେଶ ସନ୍ତୁଳିତ ରହିଛି । ରାଜ୍ୟରୁ ଆଠ ଜଣ ଖେଳାଳି ଏଥିରେ ସାମିଲ ହୋଇଛନ୍ତି । ହକି ଇଣ୍ଡିଆ ଲିଗରେ ଟିମ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି । ଜର୍ସି ଓ ମାସ୍କଟ ଉନ୍ମୋଚନ ଅବସରରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, କ୍ରୀଡା ସଚିବ ଭାସ୍କର ଜ୍ୟୋତି ଶର୍ମା, ବେଦାନ୍ତ ସିଇଓ ସୁନୀଲ ଗୁପ୍ତା ପ୍ରମୁଖ ଯୋଗଦେଇଥିଲେ ।