Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଛତିଶଗଡ଼କୁ ଭାରିଯାନରେ ଓଭର ଲୋଡିଂ ପାଉଁଶ ପରିବହନ ରାଜରାସ୍ତା ପାଉଁଶମୟ ଅତିଷ୍ଠ ଛାତ୍ରଛାତ୍ରୀ ଓ ପଥଚାରୀ

ଝାରସୁଗୁଡ଼ା ୨୧/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା କନକତୋରା ୪୯ ନଂ ଜାତୀୟ ରାଜପଥ ଦେଇ ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲି ସ୍ଥିତ ଏନଟିପିସିରୁ ନିର୍ଗତ ପାଉଁଶକୁ ଦୈନନ୍ଦିନ ଶହ ଶହ ସଂଖ୍ୟକ ଭାରିଯାନ ଦ୍ୱାରା ଛତିଶଗଡ଼କୁ ପରିବହନ ହେଉଛି । ଉକ୍ତ ଭାରିଯାନରେ କ୍ଷମତା ଠାରୁ ଅଧିକ ପରିମାଣ ପାଉଁଶ ବୋଝେଇ ହୋଇ ପରିବହନ ହେଉଥିବା ସମୟରେ ରାଜରାସ୍ତା ସାରା ବିଷାକ୍ତ ପାଉଁଶ ପଡ଼ୁଛି । ଯାହା ଫଳରେ ପାଉଁଶ ଗୁଣ୍ଡ ଉଡ଼ି ପରିବେଶକୁ ପ୍ରଦୂଷିତ କରିବା ସହିତ ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଥିବା ଅଭିଯୋଗ ହେଉଛି । ଏହି ରାସ୍ତା ଦେଇ ଛୁଟିଦିନ ବ୍ୟତୀତ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ସ୍କୁଲ, କଲେଜ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କୁ ପାଠ ପଢିବା ପାଇଁ ଯାଉଛନ୍ତି । କିନ୍ତୁ ବହୁତ ପରିତାପର ବିଷୟ ଯେ ସବୁ ଜାଣିଶୁଣି ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଅଞ୍ଚଳବାସୀ ତଥା ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଏହା ଉପରେ ରୋକ ଲଗାଇବା ପାଇଁ ଦାବି ହେଉଛି ।
ଏ ସମ୍ପର୍କରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଯେଉଁ ଭାଇଯାନ ଗୁଡ଼ିକ ଓଭର ଲୋଡିଂ ମାଲ ପରିବହନ କରୁଛନ୍ତି ସେମାନେ ବିରୁଦ୍ଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଥିବା ସତ୍ବେ ଅନେକେ ଏହାର ଉଲଂଘନ କରୁଛନ୍ତି । ତେଣୁ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

More Stories