Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭୁଶୁଡ଼ିଲା ତିନି ମହଲା କୋଠା

ଚଣ୍ଡିଗଡ଼: ପଞ୍ଜାବର ମୋହାଲିରେ ଭୁଶୁଡିଲା ୩ ମହଲା କୋଠା । ସେନା ସହାୟତାରେ ଚାଲିଛି ଉଦ୍ଧାର କାର୍ଯ୍ୟ । କୋଠାର ଭଗ୍ନାବାଶେଷ ଭିତରେ ୭ରୁ ୮ ଜଣ ଫସି ରହିଥିବା ଆଶଙ୍କା ।
ସୂଚନାଯୋଗ୍ୟ, ବେସମେଣ୍ଟରେ ଖନନ ସମୟରେ କୋଠା ଧସି ଯାଇଛି । ମୋହାଲିର ସୋହାନା ଅଞ୍ଚଳରେ ଅଘଟଣ ଘଟିଛି । ଉଦ୍ଧାର କାର୍ଯ୍ୟରେ ସେନାବାହିନୀ ସହ ଏନଡିଆରଏଫ, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଟିମ ଲାଗିଛନ୍ତି । ଜିଲ୍ଲା ପ୍ରଶାସନର ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି । କେଉଁ ପରିସ୍ଥିତିରେ ଅଘଟଣ ଚାଘଟିଛି ତାହାର ଚାଲିଛି ଯାଞ୍ଚ ।
ତେବେ କୋଠା ତଳେ କେତେ ଲୋକ ଫସି ରହିଛନ୍ତି ତାହା ସଠିକ ଭାବେ ଜଣାପଡିନାହିଁ । ପ୍ରଶାସନ ପକ୍ଷରୁ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ । ମାଟିତଳେ ଫସିଥିବା ଲୋକଙ୍କୁ ଉଦ୍ଧାର ଲାଗି ସମସ୍ତ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ପ୍ରଶାସନିକ ଅଧିକାରୀ ।