ମହାରାଷ୍ଟ୍ର ସରକାରରେ ମନ୍ତ୍ରିମଣ୍ଡଳ ବଣ୍ଟନ


ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି । କେତେ ଏତେ ଚେପ ପକାଇବା ପରେ ବି ସିନ୍ଦେଙ୍କୁ ମିଳିଲା ନାହିଁ ମନ ମୁତାବକ ବିଭାଗ । ସବୁ ବଡ଼ ଓ ଗୁରୁତ୍ଵପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ । ସେ ନିଜ ହାତରେ ରଖିଛନ୍ତି ଗୃହ, ଆଇନ, ଶକ୍ତି, ସାଧାରଣ ପ୍ରଶାସନ ବିଭାଗ ।
ଉପ ମୁଖ୍ଯମନ୍ତ୍ରୀ ଅଜିତ ପାୱାରଙ୍କୁ ମିଳିଛି ଅର୍ଥ ବିଭାଗ, ଅବକାରୀ ଓ ଯୋଜନା ବିଭାଗ । ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ, ଗୃହ ନିର୍ମାଣ ଓ ପୂର୍ତ୍ତ ବିଭାଗ ମିଳିଛି ।
ତେବେ ଗୃହ ବିଭାଗ ପାଇଁ ବହୁତ ଆଶାୟୀ ଥିଲେ ସିନ୍ଦେ । ଏଥିପାଇଁ ସେ ଆରମ୍ଭରୁ ଏକ ପ୍ରକାର ରୁଷି ଥିଲେ । ପ୍ରଥମେ ତ ମୁଖ୍ୟମନ୍ତ୍ରୀ ପଦ ମିଳିଲା ନାହିଁ । ଆଉ ଏବେ ମନ ମୁତାବକ ବିଭାଗ ମଧ୍ୟ ତାଙ୍କୁ ମିଳିନାହିଁ । ତେବେ ସରକାରଙ୍କ ତରଫରୁ କୁହାଯାଇଛି, ବିଭାଗ ବଣ୍ଟନ ପରେ ସମସ୍ତେ ଖୁସି ଅଛନ୍ତି ।