ବାଲେଶ୍ବର: ବାଲେଶ୍ବର କମର୍ଦ୍ଦା ବଜାରରେ ବ୍ରାଉନସୁଗାର ଓ ମୁଲତାନ ମାଟି ଦ୍ବନ୍ଦ୍ବରେ ଫସିଛନ୍ତି ଅବକାରୀ ବିଭାଗ କର୍ମଚାରୀ । ଉତ୍ତ୍ୟକ୍ତ ଲୋକେ ଅବକାରୀ ବିଭାଗ ଗାଡି ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ବ୍ରାଉନସୁଗର ଜବତ କରିବାକୁ ଯାଇଥିବା ଅବକାରୀ ଟିମ୍ ପ୍ରବଳ ହଟହଟା ହୋଇଛି । ମିଛ କେସ୍ରେ ଫସା ଯାଉଥିବା ଅଭିଯୋଗରେ ପରିବାର ଲୋକେ ଅବକାରୀ ଟିମ୍ ଗାଡ଼ି ଅଟକ ରଖିବା ସହ ରାସ୍ତାରୋକ କରିଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କମର୍ଦ୍ଦା ବଜାରର ଜଣଙ୍କ ଘର ଉପରେ ଆଜି ସକାଳେ ଅବକାରୀ ଟିମ୍ ଚଢ଼ାଉ କରିଥିଲା । ଅବକାରୀ ଟିମ୍ କିଛି ପାଉଡର ପରି ପଦାର୍ଥ ଜବତ କରିଥିବା ବେଳେ ତାହା ବ୍ରାଉନସୁଗର ବୋଲି କହୁଛି । ମାତ୍ର ପରିବାର ଲୋକେ ତାହା ମାନିବାକୁ ପ୍ରସ୍ତୁତ ନୁହନ୍ତି । ତାହା ମୁଲତାନ ମାଟି ବୋଲି ସେମାନେ ଦାବି କରୁଛନ୍ତି ।
ଏହି ଅଭିଯୋଗରେ ପୋଲିସ୍ ଜଣେ ବୃଦ୍ଧାଙ୍କୁ ଗିରଫ କରି ଜଳେଶ୍ୱର ନେଇ ଯାଇଥିବା ବେଳେ ତାତିଛନ୍ତି ପରିବାର ଲୋକେ । ସେମାନେ ଚଢ଼ାଉ ପାଇଁ ଆସିଥିବା ଟିମର ଗାଡ଼ି ଚାବି ଛଡ଼ାଇ ରଖିଛନ୍ତି । ଏଥିସହ ରାସ୍ତା ଉପରେ ଧାରଣା ଦେଇଛନ୍ତି । ବୃଦ୍ଧାଙ୍କୁ ନ ଛାଡ଼ିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ପରିବାର ଲୋକେ ଚେତାବନୀ ଦେଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ମାତ୍ର ଆଇଆଇସି କହିଛନ୍ତି, ଜବତ ପଦାର୍ଥ ହେଉଛି ବ୍ରାଉନସୁଗର । ତାହାକୁ ଜବତ କରି ନେଉଥିବା ବେଳେ ପରିବାର ଲୋକେ ଗାଡ଼ି ଚାବି ଛଡ଼ାଇ ନେଇଛନ୍ତି ।