Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜଧାନୀରେ ପ୍ରେମ ପାଇଁ ଫିଲ୍ମ ଷ୍ଟାଇଲରେ ଯୁବତୀ ଅପହରଣ

ଭୁବନେଶ୍ବର: ପୁରୁଷ ସହ ଫେରୁ ଥିଲେ ଯୁବତୀ । ବାଟ ଓଗାଳିଲା ଏକ କାର । କାରରୁ ବାହାରି ଯୁବତୀଙ୍କୁ ଅପହରଣ କରିନେଲେ ୪ ଯୁବକ । ଅପହରଣ ପଛରେ ଯୁବତୀଙ୍କ ପ୍ରେମିକ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ରାତି ପ୍ରାୟ ୧ ଟା ୩୦ ବେଳେ ରୁମକୁ ଫେରିବା ବେଳେ ଲୁମ୍ବିନୀ ବିହାର ଅଞ୍ଚଳରେ ହଠାତ ତାଙ୍କ ନିକଟରେ ପହଞ୍ଚିଥିଲା ଏକ କାର । କାରରୁ ୪ ଯୁବକ ମାରଣାସ୍ତ୍ର ଧରି ଓହ୍ଲାଇବା ସହ ବାଇକରେ ଥିବା ଯୁବକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଯୁବକଙ୍କୁ ସେହିଠାରେ ମାଡ଼ ମାରି ଲହୁଲୁହାଣ କରିଦେବା ସହ ଯୁବତୀଙ୍କୁ ଘଟଣାସ୍ଥଳରୁ ନେଇ ଫେରାର ହୋଇଯାଇଥିଲେ ।

ଖବର ପାଇ ମୈତ୍ରୀ ବିହାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ସେପଟେ ଯୁବକଙ୍କ ଏତଲା ଆଧାରରେ ଏକ ଅପହରଣ ମାମଲା ରୁଜୁ କରିଛି ପୋଲିସ ।