Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୂଆବର୍ଷରୁ ପ୍ରତିମାସ ମିଳିବ ରାସନ ସାମଗ୍ରୀ

ଭୁବନେଶ୍ବର: ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ । ରାସନ ମିଳିବାରେ ଆଉ ହେବନି ଅନିୟମିତତା । ପୂର୍ବରୁ ତିନି ମାସରେ ଥରେ ରାସନ ସାମଗ୍ରୀ ମିଳୁଥିବା ବେଳେ ଏଣିକି ପ୍ରତିମାସ ମିଳିବ । ଜାନୁୟାରୀ ମାସରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।

ନୂଆବର୍ଷରୁ ଲାଗୁ ହେବାକୁ ଥିବା ଏହି ନୂଆ ନିୟମ ଫଳରେ ଡିଲର ସ୍ତରରେ ହେରଫେର ବନ୍ଦ ହେବା ସହ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପୂର୍ବରୁ ୩ ମାସରେ ଥରେ ଚାଉଳ ମିଳିବା ଫଳରେ ଡିଲର ପାଖରେ ଅଧିକ ଚାଉଳ ମହଜୁଦ୍ ରହୁଥିଲା । ମାତ୍ର ଜାନୁୟାରୀରୁ ହିତାଧିକାରୀଙ୍କୁ ପ୍ରତିମାସ ମିଳିବ ଚାଉଳ । ଏଭଳି ନିଷ୍ପତ୍ତି ପରେ ଡିଲର ସ୍ତରରେ ହେରଫେର ବନ୍ଦ ହେବା ସହ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ଆଶା କରାଯାଉଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ ।

ପ୍ରତିମାସରେ ରାସନ ମିଳିବା ଖବର ପାଇ ହିତାଧିକାରୀ ବେଶ୍‌ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି । ପୂର୍ବରୁ ବାରମ୍ବାର ଚାଉଳ ପାଇଁ ଡିଲର୍ ପାଖକୁ ଦୌଡ଼ିବାକୁ ପଡୁଥିଲା । ଏଣିକି ଆଉ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି ବୋଲି କହିଛନ୍ତି ହିତାଧିକାରୀ ।