Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଦ୍ଦାନ୍ତ ମାଓବାଦୀ ପ୍ରଭାକର ଗିରଫ

ମାଲକାନଗିରି: ହାର୍ଡକୋର ମାଓବାଦୀ ବାଲମୁରି ନାରାୟଣ ରାଓ ଓରଫ ପ୍ରଭାକର ଗିରଫ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ପ୍ରଭାକର ୪୦ ବର୍ଷ ଧରି ନକ୍ସଲ ସଂଗ୍ରଠନରେ କାମ କରୁଥିଲେ।  ଏଥିସହ ପ୍ରଭାକରଙ୍କ ପତ୍ନୀ ରାଜେ କାଙ୍ଗେ ସଂଗଠନରେ ଡିଭିଜନାଲ କମିଟି ମେମ୍ବର ପଦବୀରେ କାମ କରୁଛନ୍ତି । ପ୍ରଭାକରଙ୍କ ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ଗତକାଲି ପୋଲିସ ପ୍ରଭାକରଙ୍କୁ ଧରିବାରେ ସଫଳ ହୋଇଛି । ପୋଲିସ ତାଙ୍କୁ ଗିରଫ କରି ପଚରାଉଚରା କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ