Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ମଇ ଦିବସ ପାଳିତ ।

ଐତିହାସିକ ମଇ ଦିବସ ଉପଲକ୍ଷେ,କଳିଙ୍ଗ ପେଷାଦାର ସାମ୍ବାଦିକ ସଂଘ ଓଡ଼ିଶା, ତରଫରୁ ଭୁବନେଶ୍ୱର ରେ ଥିବା ସଂଘ କାର୍ଯ୍ୟାଳୟ ରେ ସୋମବାର ଦିନ ବିଶ୍ବ ଶ୍ରମିକ ଦିବସ ପାଳିତ ହୋଇ ଯାଇ ଅଛି । ଏହି ସମାରୋହରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୦୦ ଉର୍ଦ୍ଧ ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବରେନ୍ୟ ଅତିଥି ଭାବେ ରାଜ୍ୟ ଗୃହ,କ୍ରୀଡା,ସୂଚନା ଓ ପ୍ରଜୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା,ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଇଣ୍ଡିଆନ ମିଡ଼ିଆ ୱର୍କିଂ ଜର୍ଣାଲିଯୀମି ଇଉନିଅନ୍ ର ସଭାପତି ବାଲା ଭାସ୍କର,ଶ୍ରମିକ ନେତା,ନବକିଶୋର ମହାନ୍ତି,ପ୍ରମୁଖ ଯୋଗଦେଇ, ଗଣମାଧ୍ୟମ ବନାମ ସାମାଜିକ ଗଣମାଧ୍ୟମ, ନାମକ ଆଲୋଚନା ଚକ୍ର ରେ ଭାଗ ନେଇ ସେମାନଙ୍କର ଶୁ ଚିତିନ୍ତ ମତାମତ ରଖିଥିବା ବେଳେ,ସରକାର ସାମ୍ବାଦିକ ମାନଙ୍କ ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକ ପାତ କରିଥିଲେ । ରାଜ୍ୟ ସଭା
ପତି,ମନୋଜ ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମଇ ଦିବସରେ ରାଜ୍ୟର ୩୫ ଜଣ ସାମ୍ବାଦିକ ଙ୍କୁ ତାଙ୍କର କାର୍ଯ୍ୟ ଦକ୍ଷତା ନେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ପ୍ରାରମ୍ଭରେ ଅତିଥି ମାନେ,ପ୍ରଦୀପ ପ୍ରଯୋଳନ କରିଥିବା ବେଳେ,ସକାଳ ଆଠ ଘଟିକା ଠାରୁ ୧୧ଘଟିକା ପର୍ଯ୍ୟନ୍ତ ମେଲୋଡି ତଥା ସଙ୍ଗୀତ ଆସର କାର୍ଯ୍ୟକ୍ରମ କରା ଯାଇଥିଲା । ଏହି ସମାରୋହରେ କାର୍ଯ୍ୟକାରୀ ସଭାପତି ପରମେଶ୍ବର ଦାସ,ଉପ ସଭାପତି ଦୁଃଶାସନ ନାୟକ, ସାଧାରଣ ସଂପାଦକ ରାଜକିଶୋର ସ୍ବାଇଁ,ବରିଷ୍ଟ ସଭ୍ୟ ଜୟସେନ୍ ପରିଡ଼ା , ସ୍ୱୋରୁପ ଜେନା, ସୋଭାକର ବେହେରା,ଦୀପକ ମହାପାତ୍ର,ବିନାୟକ ମିଶ୍ର, ରିତାରଣି ସେଠ୍ ଜ୍ଞାନ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ମଇ ଦିବସ ର କାର୍ଯ୍ୟ କ୍ରମ କୁ ଶୁ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ