ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେଇ ହିନ୍ଦୀ ଶିକ୍ଷକ ନିଲମ୍ବିତ


ଗଞ୍ଜାମ: ମହଙ୍ଗା ପଡ଼ିଲା ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା । ନିଲମ୍ବିତ ହେଲେ ହିନ୍ଦୀ ଶିକ୍ଷକ । ଗଞ୍ଜାମ ବେଗୁନିଆପଡ଼ା ବି. ନୂଆଗାଁ ବଲ୍ଲଭ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଭାଗବତ ମହାନ୍ତିଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

ନଭେମ୍ବର ୩୦ରେ ବେଗୁନିଆପଡ଼ା ବୁରୁଝରୀ ପଞ୍ଚାୟତରେ ହିତାଧିକାରୀଙ୍କୁ ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା । ସ୍ଥାନୀୟ ସରପଞ୍ଚଙ୍କ ସହ ଭାଗବତ ଉପସ୍ଥିତ ରହି ଫଟୋ ଉଠାଇଥିଲେ । ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ସୂଚନାଯୋଗ୍ୟ, ଭାଗବତଙ୍କ ପତ୍ନୀ ବୁରୁଝରୀ ପଞ୍ଚାୟତର ସମିତିସଭ୍ୟା ଅଛନ୍ତି । ସମିତିସଭ୍ୟଙ୍କ ସ୍ୱାମୀ ଭାବେ ନିଜର ରାଜନୈତିକ ପତିଆରା ଜାହିର କରିବା ପାଇଁ ଭାଗବତ ଏଭଳି କରିଥିବା କୁହାଯାଉଛି ।