ତୋରଣ ପୋତାକୁ ନେଇ ବିଜେପି-ପିଜେଡି କର୍ମୀ ମୁହାଁମୁହିଁ


କେନ୍ଦ୍ରାପଡ଼ା: ନୂଆବର୍ଷ ତୋରଣ ପୋତାକୁ ନେଇ ବିଜେପି ଓ ପିଜେଡି କର୍ମୀ ମୁହାଁମୁହିଁ । ବିବାଦ ଉଗ୍ର ରୂପ ନେଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ଘଟଣା ପରେ ଅଞ୍ଚଳରେ ଜାରି ହୋଇଛି ୧୬୩ ଧାରା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଦୁର୍ଗାମଣ୍ଡପ ଛକରେଏହି ଘଟଣା ଘଟିଛି ।

ଛକରେ ବିଜେପି କର୍ମୀମାନେ ନୂଆବର୍ଷ ତୋରଣ ପୋତୁଥିବା ବେଳେ ଏହାକୁ ବିଜେଡି କର୍ମୀ ବିରୋଧ କରିଥିଲେ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଶାନ୍ତ କରିବା ପରେ ଉଭୟ ଦଳର କର୍ମୀଙ୍କୁ ଥାନାକୁ ଡାକି ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଥିଲା । ତେବେ ଉଭୟ ପକ୍ଷ ଛକରେ ତୋରଣ ନିର୍ମାଣ ଜିଦରେ ଅଟଳ ରହିବା ପରେ, ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଏନଏସଏସ ଧାରା ୧୬୩ ଲାଗୁ କରାଯାଇଛି । ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ଏହି କଟକଣା ଲାଗୁ ହେବା ସହିତ, ଉଭୟ ପକ୍ଷଙ୍କୁ ଦୁର୍ଗାମଣ୍ଡପ ଛକରେ କୌଣସି ପ୍ରକାର କାର୍ଯ୍ୟକଳାପରୁ ନିବୃତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି କଟକଣା ଲାଗୁ ରହିବ । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ମୁତୟନ କରାଯାଇଛି ।