ଜିରୋ ନାଇଟ୍ସ ସେଲିବ୍ରେସନ ବେଳେ ଅମାନିଆ ହେଲେ ସାବାଡ଼ କରିବ ପୋଲିସ


ଭୁବନେଶ୍ବର: ଦିନକ ପରେ ନୂଆବର୍ଷ । ବିଦାୟ ନେବା ୨୦୨୪ ଓ ଆସିବ ୨୦୨୫ । ଡିସେମ୍ବର ୩୧ ଅର୍ଥାତ ଏହି ଦିନ ରାତି ୧୨ଟା ଜିରୋ ନାଇଟ୍ସ ସେଲିବ୍ରେସନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କିଏ କେତେ ପ୍ରକାରର ଯୋଜନା କରିଛନ୍ତି । ଏହାରି ଭିତରେ ଟୁଇନ୍ ସିଟି କଟକ, ଭୁବନେଶ୍ବର ସମେତ ବିଭିନ୍ନ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଛି ପୋଲିସ ପ୍ରଶାସନ । ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ବିରୋଧୀ ଅଭିଯାନକୁ ଜୋରଦାର କରିବ ।

ଜିରେ ନାଇଟ୍ସ ସେଲିବ୍ରେସନ କର, କିନ୍ତୁ ସୀମା ଭିତରେ । ନୂଆବର୍ଷ ପାଳନ ଭିତରେ କେହି ଭୁଲି ନଯାଆନ୍ତୁ ନିୟମ । ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଉପରେ ପୋଲିସର ଆଖି । ବାର, ପବ୍ ଓ ହୋଟେଲରେ କଡ଼ାକଡ଼ି ହେବ ଚେକିଂ । ଜିରୋ ନାଇଟ୍ ପୂର୍ବରୁ ଟୁଇନ୍ ସିଟିରେ ସୁରକ୍ଷାକୁ କଡ଼ାକଡ଼ି କରିଛି କମିଶନରେଟ ପୋ ଲିସ । ଜୋରଦାର ହେବ ନାଇଟ୍ ଚେକିଂ, ବ୍ଲକିଂ, ନାକାବନ୍ଦୀ ସହ ମଦୁଆ ଧରପଗଡ଼ ଅଭିଯାନ । ୩୧ ସନ୍ଧ୍ୟାରୁ ଆହୁରି କଡ଼ାକଡ଼ି ହେବ ଯାଞ୍ଚ । ମଦ ପିଇ ଗାଡ଼ି ଚଳାଇଲେ ବାନ୍ଧିବ ପୋଲିସ ।

ସେହିପରି ରୋଡ୍ ରୋମିଓଙ୍କ ଉପରେ ତୀକ୍ଷଣ ନଜର ରହିବ । ସେମାନଙ୍କ ପାଇଁ ଜିରୋ ଟଲେରାନ୍ସ ନୀତି ଆପଣାଇଛି କମିଶନରେଟ ପୋଲିସ । ଟୁଇନ୍ ସିଟିରେ କିଛି ହୋଟେଲ ଓ ଖୋଲା ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଅନୁମତି ମିଳିଛି । ଏନେଇ ଅବକାରୀ ବିଭାଗ ସହ ଆଲୋଚନା କରିଛି କମିଶନରେଟ ପୋଲିସ । କଟକରେ ମୁତୟନ ରହିବେ ୮ ପ୍ଲାଟୁନ୍ ଫୋର୍ସ । ରାତି ୧୨ଟା ପରେ ଜିରୋ ନାଇଟ୍ ସେଲିବ୍ରେସନରେ ମାତିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି କଟକ ଡିସିପି ।