ପୁରୀ: ନୂଆବର୍ଷ ପାଇଁ ପୁରୀରେ ଲୋକଙ୍କ ଭିଡ ଲାଗିବା ଆରମ୍ଭ ହୋଇଯାଇଛି । ଶ୍ରୀକ୍ଷେତ୍ରକୁ ଛୁଟି ଆସୁଛନ୍ତି ରାଜ୍ୟ ତଥା ଦେଶ ବିଦେଶରୁ ପର୍ଯ୍ୟଟକ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ମାର୍କେଟ୍ ଛକ ଯାଏଁ ବ୍ୟାରିକେଡ୍ କରାଯାଇଛି । ୩୧ ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ । ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
୩୧ ଓ ୧ ତାରିଖ ପାଇଁ ପୁରୀରେ ଜାରି ହୋଇଛି ସ୍ୱତନ୍ତ୍ର ଟ୍ରାଫିକ କଟକଣା । ମେଡିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ନୋ ଭେହିକିଲ୍ ଜୋନ୍ ହେବ । ସହରର ମୁଖ୍ୟ ପ୍ରବେଶ ପଥରେ କଡ଼ାକଡ଼ି ହେବ ଚେକିଂ । ଭୁବନେଶ୍ବର ପଟୁ ଆସୁଥିବା ଚାରି ଚକିଆ ଗାଡ଼ି ଜେଲ ରୋଡ଼ରେ ପାର୍କିଂ କରିବେ । କୋଣାର୍କ ପଟରୁ ଆସିଲେ ତାଳବଣିଆ ଓ ବ୍ରହ୍ମଗିରି ପଟରୁ ଆସୁଥିବା ଗାଡ଼ି ଷ୍ଟର୍ଲିନ କିମ୍ବା ଯାତ୍ରୀକାରେ କରିବେ ପାର୍କିଂ । ସମୁଦ୍ରରେ ସୁରକ୍ଷିତ ସ୍ନାନ ପାଇଁ ବହୁ ସଂଖ୍ୟାରେ ଲାଇଫଗାର୍ଡ ମୁତୟନ ରହିବେ । ନୂଆବର୍ଷରକୁ ଦୃଷ୍ଟିରେ ରଖି ପୁରୀରେ ମୁତୟନ ହେବ ୬୦ ପ୍ଲାଟୁନ୍ ଫୋର୍ସ ।