ଭୁବନେଶ୍ବର: ପ୍ରସ୍ତୁତି ଶେଷ, ରାତିକୁ ଅପେକ୍ଷା । ଜିରୋ ନାଇଟ୍ସ ସେଲିବ୍ରେସନ ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା । ରାତି ୧୨ରେ ସେଲିବ୍ରେସନ ହେବ ଜିରୋ ନାଇଟ୍ସ । ୨୦୨୪କୁ ବିଦାୟ ଦେଇ ୨୦୨୫କୁ ସ୍ବାଗତ କରିବେ ସମସ୍ତେ । ଆଉ ଏଥିପାଇଁ ପାର୍ଟି ମୁଡରେ ସମସ୍ତେ । ଆଉ ଶାନ୍ତିଶୃଙ୍ଖଳର ସହ ସେଲିବ୍ରେସନ କେମିତି ହେବ ତାକୁ ନେଇ କମିଶନରେଟ ପୋଲିସ ବି ପ୍ରସ୍ତୁତ । ଜିରୋ ନାଇଟ୍ ସେଲିବ୍ରେସନ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୋଲିସ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଅଭିଯାନକୁ ଜୋରଦାର କରିବ । ବାର, ପବ୍ ଓ ହୋଟେଲରେ କଡ଼ାକଡ଼ି ହେବ ଚେକିଂ ।
ଆଜି ସନ୍ଧ୍ୟାରୁ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ । ମଦ ପିଇ ଗାଡ଼ି ଚଳାଇଲେ ବାନ୍ଧିବ ପୋଲିସ । ସେହିପରି ରୋଡ୍ ରୋମିଓଙ୍କ ଉପରେ ତୀକ୍ଷଣ ନଜର ରହିବ । ସେମାନଙ୍କ ପାଇଁ ଜିରୋ ଟଲେରାନ୍ସ ନୀତି ଆପଣେଇଛି କମିଶନରେଟ ପୋଲିସ । କଟକରେ ମୁତୟନ ରହିବେ ୮ ପ୍ଲାଟୁନ୍ ଫୋର୍ସ । ରାତି ୧୨ଟା ପରେ ଜିରୋ ନାଇଟ୍ ସେଲିବ୍ରେସନରେ ମାତିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି କଟକ ଡିସିପି । ସେହିପରି ସମାନ ନିୟମ ରାଜଧାନୀ ଭୁବନେଶ୍ବରରେ ବି ଲାଗୁ ହେବ ।